ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ବର ନକଲ କରି ଫୋନ୍ ଯୋଗେ ଠକେଇ ଅଭିଯୋଗ : ଜଣେ ଅଟକ

Published By : Prameya-News7 Bureau | October 09, 2019 IST

କଳାହାଣ୍ଡି ୯।୧୦: ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ବର ନକଲକରି ଫୋନ୍ ଯୋଗେ ଠକେଇ ଅଭିଯୋଗ । ଏଭଳି ଏକ ଅଭିଯୋଗ ପରେ ଠକକୁ ଅଟକ ରଖିଛି ପୋଲିସ ।

{"id":167867}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ପଞ୍ଚାୟତ ପ୍ରତିନିଧିଙ୍କୁ ମନ୍ତ୍ରୀଙ୍କ ସ୍ବରରେ ଫୋନ୍ କରି ଠକେଇ କରାଯାଇଛି । ମନ୍ତ୍ରୀ କୁଆଡେ ତାଙ୍କ ପିଏସଓକୁ ନିଜ କାମରେ ପଠାଇଛନ୍ତି ଏବଂ ତାଙ୍କ କଥା ବୁଝିବାକୁ ସେ ଫୋନ୍ ରେ କହୁଛନ୍ତି ।

{"id":167868}

ଏପରିକି ମନ୍ତ୍ରୀଙ୍କ କଥାମାନି ସଂପୃକ୍ତ ଠକକୁ ବିଭିନ୍ନ ସହାୟତା ଓ ଆତିଥ୍ୟ ପ୍ରଦାନ କରିଛନ୍ତି ପଞ୍ଚାୟତ ପ୍ରତିନିଧି । ତେବେ ସଂଦେହ ହେବାରୁ ପୋଲିସର ଅଭିଯୋଗ କରାଯିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି । ନର୍ଲା ପୋଲିସ ସଂପୃକ୍ତ ଠକକୁ ଅଟକ ରଖିଛି । ଏହି ଠକ ଜଣଙ୍କ ଗଞ୍ଜାମ ଗୋସାଣୀ ନୂଆଗାଁର ଅଶୋକ ନାଏକ । ପୋଲିସ ଏନେଇ ଅଧିକ ତଦନ୍ତ କରୁଛି । ନର୍ଲା ଅଞ୍ଚଳର ଏହି ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.