ମହଙ୍ଗା ପଡିଲା ଫେସବୁକ୍ ପ୍ରେମ : ୭ଲକ୍ଷ ଟଙ୍କା ଠକିନେଲା ପ୍ରେମିକାର ନକଲି ମଉସା, ପଢନ୍ତୁ ପୂରା ଘଟଣା…
19/10/2019 at 5:38 PM

ଜୟପୁର ୧୯|୧୦: ମହଙ୍ଗା ପଡିଲା ଫେସବୁକ ପ୍ରେମ।୭ ଲକ୍ଷ ଟଙ୍କା ଠକାମୀର ଶିକାର ହେଲେ କୋରାପୁଟ ଜିଲ୍ଲା ସେମିଳିଗୁଡାର ଯୁବକ ଜଗଦୀଶ ପାଢ଼ୀ।ତେବେ ପୋଲିସ ଅଭିଯୋଗ ପାଇବା ପରେ ଦୁର୍ବୃତ୍ତକୁ କାବୁ କରିଛି।ଦୁର୍ବୃତ୍ତ ଜଣଙ୍କ ଦାମନଯୋଡି ଅଂଚଳର ପବିତ୍ର ମହାନ୍ତି ଓ ସେ ପୁନେରେ ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାମ କରେ।
ମିଳିଥିବା ସୂଚନା ଅନୁସାରେ ଜଗଦୀଶ ୨୦୧୫ ମସିହାରୁ ଜଣେ ଯୁବତୀଙ୍କ ସହ ଫେସବୁକରେ ଚାର୍ଟିଂ କରିବା ସହ ଅଶ୍ଳୀଳ ଫୋଟ ଆଦାନ ପ୍ରଦାନ କରୁଥିଲେ।ତେବେ ଏହି କଥା ପବିତ୍ର ଜାଣିବା ପରେ ନିଜକୁ ଯୁବତୀର ମଉସା ଓ ପୋଲିସ ଡିସିପି ଥିବା କହି ଜଗଦୀଶକୁ ଭୟଭୀତ କରି ପର୍ଯ୍ୟାୟ କ୍ରମେ ୭ ଲକ୍ଷ ଟଙ୍କା ଲୁଟି ନେଈଥିଲେ।
ଏହାକୁ ନେଇ ଜଗଦୀଶ ମାନସିକ ଚାପରେ ଥିଵା ବେଳେ ପୁଣି ଥରେ ପବିତ୍ର ଜଗଦୀଶକୁ ୩ଲକ୍ଷ ଟଙ୍କା ମାଗିବା ପରେ ଏ ନେଇ ସେମିଳିଗୁଡା ପୋଲିସ ପାଖରେ ଅଭିଯୋଗ କରାଯାଇଥିଲା।ପୋଲିସ ସାଇବର ସେଲ ସହାୟତାରେ ଦୁର୍ବୃତ୍ତକୁ କାବୁ କରିଛି।