ବିଲେଇ ମାରି ବନ୍ଧାହେଲେ ଯୁବକ, ପଡିଶାଘର ବିଲେଇକୁ କରିଥିଲେ ଗୁଳି

Published By : Prameya-News7 Bureau | December 19, 2019 IST

ଭୁବନେଶ୍ବର ୧୯।୧: ବିଲେଇକୁ ଗୁଳିକରି ହତ୍ୟା କରିବା ଅଭିଯୋଗରେ ଛାତ୍ର ଆଶୁତୋଷ ନାୟକଙ୍କୁ ଗିରଫ କରିଛି ପୋଲିସ ।

{"id":199398,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ଭୁବନେଶ୍ବର ଯୁନିଟ-୪ ପୋଷ୍ଟାଲ କଲୋନୀର ସୁଶାନ୍ତ ପଟ୍ଟନାୟକଙ୍କ ପୋଷା ବିଲେଇକୁ କେହି ଗୁଳି କରି ମାରିଦେଇଥିବା ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା । ପୋଷ୍ଟାଲ କଲୋନୀ ପାଚେରୀ କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଲେଇଟିକୁ ଦେଖିଥିଲେ ମାଲିକ ସୁଶାନ୍ତ ପଟ୍ଟନାୟକ ।

{"id":199399,"sizeSlug":"large"}

ବିଲେଇ ମୁଣ୍ଡରେ ଗୁଳି ବାଜିଥିବା ଦେଖି ତୁରନ୍ତ ତାକୁ ଭେଟନାରୀ ହସପିଟାଲକୁ ନେଇଥିଲେ । ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁଁ ବିଲେଇଟିର ମୃତ୍ୟୁ ଘଟିଥିଲା ।  ମୃତ ବିଲେଇକୁ ଉଦ୍ଧାର କରି ଏକ୍ସ-ରେ ଫଟୋଗ୍ରାଫି କରାଯାଇଥିଲା । ଏଥିରେ ବିଲେଇ ମୁଣ୍ଡ ଏବଂ ଛାତିରେ ଗୁଳି ଅଟକିଯାଇଥିବା ଜଣାପଡିଥିଲା ।

{"id":199403,"sizeSlug":"large"}

ଏହାପରେ ବିଲେଇ ମାଲିକ ସୁଶାନ୍ତ ପଟ୍ଟନାୟକ ତାଙ୍କ ପଡୋଶୀ ସନ୍ତୋଷ ନାୟକଙ୍କ ନାଁରେ ସିଧାସଳଖ ସେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଖାରବେଳ ଥାନା ପୋଲିସ ତଦନ୍ତ କରି ସନ୍ତୋଷ ନାୟକଙ୍କ ପୁଅ ଆଶୁତୋଷ ନାୟକଙ୍କୁ ଗିରଫ କରିଛି । ଏହା ପୂର୍ବରୁ ପଡୋଶୀ ଆଶୁତୋଷ ଅନେକ ଜୀବଜନ୍ତୁଙ୍କୁ ମାରିଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.