ବ୍ୟାନ୍ ପରେ ବି ଚାଲିଛି ବାଣ ବେପାର : ବିପୁଳ ପରିମାଣର ବାଣ ଜବତ, ଜଣେ ଗିରଫ

Published By : Prameya-News7 Bureau | November 14, 2020 IST

ଯାଜପୁର ୧୪।୧୧: ଦୀପାବଳି ଅବସରରେ ବାଣ ବ୍ୟାନ୍ ଥିବାବେଳେ ଗ୍ରାମାଞ୍ଚଳରେ ଚୋରାରେ ଚାଲିଛି ବାଣ ବେପାର । ଯାଜପୁର ପୋଲିସ ପକ୍ଷରୁ ବାଲିପଦା ଛକ ନିକଟରୁ ଅଭୟ କୁମାର ଦାସ ନାମକ ଜଣେ ବ୍ୟବସାୟୀଙ୍କ ଦୋକାନରୁ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଯାହାର ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।

{"id":361657,"sizeSlug":"large"}

ପୋଲିସ ବାଣ ଜବତ କରିବା ସହ ବ୍ୟବସାୟୀଙ୍କୁ ଗିରଫ କରିଛି । ରାଜ୍ୟ ସରକାରଙ୍କ ବାଣ ଉପରେ କଟକଣା ରହିଥିଲେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଚୋରାରେ ବାଣ ବେପାର ଉପରେ ପୋଲିସ ଚଢାଉ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.