Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଶିକ୍ଷୟିତ୍ରୀଙ୍କୁ ମାଓବାଦୀ ନାଁ ନେଇ ମାଗୁଥିଲା ଟଙ୍କା, ଗିରଫ କଲା ପୋଲିସ

29/01/2021 at 3:46 PM

ଲକ୍ଷ୍ମୀପୁର ୨୯।୧: ଶିକ୍ଷୟିତ୍ରୀଙ୍କୁ ଟଙ୍କା ମାଗି ନକଲି ମାଓବାଦୀ ଗିରଫ । କୋରାପୁଟ ଜିଲ୍ଲା ସୁନାବେଡା ଅଞ୍ଚଳରୁ ଜଣଙ୍କୁ ଗିରଫ କରିଛି କାକିରିଗୁମା ପୋଲିସ । ଗିରଫ ଜଣଙ୍କ ହେଲେ ନରେନ୍ଦ୍ର କୁମାର ବାଘ ।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀପୁର ବ୍ଲକ ପଞ୍ଚଡା ପଞ୍ଚାୟତ ଅନ୍ତର୍ଗତ ଆମ୍ବଳି ଆମ୍ବଗୁଡା ଗ୍ରାମ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟିତ୍ରୀ ଦମୟନ୍ତୀ ସାମଲଙ୍କୁ ସେଠାକାର ଜଣେ ଦୋକାନୀ ଗତ ମାସ ୨୬ ତାରିଖରେ ଏକ ଚିଠି ନେଇ ଦେଇଥିଲେ । କେହି ଜଣେ ତାଙ୍କୁ ଦେବାକୁ କହିଥିଲେ ବୋଲି ସେ କହିଥିଲେ ।  ଶିକ୍ଷୟିତ୍ରୀ ଜଣଙ୍କ ଚିଠିଟିକୁ ଖୋଲିଥିଲେ । ଚିଠିରେ ନାରାୟଣପାଟଣା ମାଓ ଡିଭିଜନର ଅରୁଣା ନାଁରେ ୧୦ ଲକ୍ଷ ଟଙ୍କା ଦିଅ ନଚେତ୍ ତମର ପରିବାରକୁ ହତ୍ୟା କରାଯିବ ବୋଲି ଲେଖାଥିଲା । ଶିକ୍ଷୟିତ୍ରୀ ଜଣଙ୍କ ଚିଠିଟିକୁ ଏତେ ଗୁରୁତ୍ବ ଦେଇନଥିଲେ । କିଛି ଦିନ ପରେ ଅର୍ଥାତ୍ ଚଳିତ ମାସ ୧୮ ତାରିଖରେ ଶିକ୍ଷୟିତ୍ରୀଙ୍କ ମୋବାଇଲକୁ ଏକ ଫୋନ୍ ଆସିଥିଲା । କେହିଜଣେ ତାଙ୍କୁ ଫୋନ୍ ରେ ଧମକ ଦେଇଥିଲେ । କହିଥିଲେ,  ତମକୁ ଟଙ୍କା ମଗାଯାଇଥିଲା କାହିଁକି ନଦେଇ ଚୁପ୍ ରହିଲ । ତୁରନ୍ତ କୁହ କେଉଁଠିକୁ ଆସିଲେ ପଇସା ଦେବ । ତୁମର ଦୁଇ ଝିଅ ଓ ଜଣେ ପୁଅ ଅଛନ୍ତି । ଆମେ ସବୁକିଛି ଜାଣିଛୁ ।

ଏହାପରେ ଶିକ୍ଷୟିତ୍ରୀ ଜଣଙ୍କ କାକିରିଗୁମା ଥାନକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଚିଠିକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଫୋନ୍ କଲ୍ ଆସିଥିବା ନମ୍ବରକୁ ଟ୍ରାକ୍ କରି ସୁନାବେଡା ଅଞ୍ଚଳରୁ ମାଓବାଦୀ ନାଁରେ ଲୋକଙ୍କୁ ଧମକ ଦେଉଥିବା ନରେନ୍ଦ୍ର କୁମାର ବାଘଙ୍କୁ ଗିରଫ କରିଥିଲା । ଏନେଇ ଲକ୍ଷ୍ମୀପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଶ୍ବିନୀ କୁମାର ନାୟକ ସୂଚନା ଦେଇଛନ୍ତି ।

   Related Posts