ଜେଲ୍ ଗଲା ପାଗଳ ପ୍ରେମିକ: ବିବାହିତା ମହିଳାଙ୍କ ସହ ନିଜ ଫଟୋ ମିଶାଇ ଶାଶୂଘର କାନ୍ଥରେ ଲଗାଇ କରୁଥିଲା ବ୍ଲାକମେଲିଂ

Published By : Prameya-News7 Bureau | July 10, 2019 IST

ରାଇରଙ୍ଗପୁର୧୦|୭: ପୂର୍ବତନ ପ୍ରେମିକାକୁ ବ୍ଲାକମେଲ କରିବା ପଡ଼ିଲା ମହଙ୍ଗା । ଶେଷରେ ପାଗଳ ପ୍ରେମିକ ଗଲା ଜେଲ୍। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମରେ । ବାସିଙ୍ଗି ଗ୍ରାମର ଯୋଶବନ୍ତ ଭଞ୍ଜ  ନାମକ ଜଣେ ଯୁବକ  ସେହି ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ।

{"id":132429}

କିନ୍ତୁ ବିଧିର ବିଧାନ ଅଲଗା ଥିଲା । ଉକ୍ତ ଯୁବତୀଙ୍କ ସହିତ ଯଶୋବନ୍ତର ବାହାଘର କଥା ଉଠିବାରୁ ଯଶୋବନ୍ତର ଘର ଲୋକେ ରାଜି ହୋଇନଥିଲେ। ଫଳରେ ଯୁବତୀଙ୍କୁ ତାଙ୍କ ପରିବାର ଅନ୍ୟ ଯାଗାରେ ବିବାହ କରିଦେଇଥିଲେ । ତେବେ ଯୁବତୀଙ୍କ ବିବାହର ତିନି ମାସ ପରେ ପୂର୍ବତନ ପ୍ରେମିକ ଯଶୋବନ୍ତ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କୁ ଫୋନରେ ମାରି ଦେବାର ଧମକ ଦେବା ସହ ଅଶ୍ଳୀଳ ଇଙ୍ଗିତ କରିବା ଏବଂ ଯୁବତୀଙ୍କ ଶାଶୁଘର କାନ୍ଥରେ ନିଜ ଫୋଟ ସହ ଯୁବତୀଙ୍କ ଫଟୋକୁ ଲଗାଇ ବ୍ଲାକମେଲ କରୁଥିଲା।

{"id":132430}

ଯୁବତୀ ଜଣକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବହଳଦା ପୋଲିସ ପାଗଳ ପ୍ରେମିକକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.