ବରଗଡ୨୭|୭: ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧୀନରେ ଥିବା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା କେମ୍ପ ଅଞ୍ଚଳରେ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ପିଡୀତାଙ୍କ ସମ୍ପର୍କୀୟ କକାପୁଅ ଭାଇ ବୋଲି ଜଣାପଡିଛି ।
{"id":137965}୪ ବର୍ଷର ଶିଶୁକନ୍ୟା ଖେଳୁଥିବା ସମୟରେ ତାକୁ ଏକାକୀ ପାଇ ସେହିଗ୍ରାମର ସୁଧାଂଶୁ ପ୍ରଧାନ ନାମକ ଯୁବକ ତାକୁ ଡାକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗପରେ ପୋଲିସ କକା ପୁଅ ଭାଇ ସୁଧାଂଶୁ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।