୨୫ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ, ଜଣେ ଯୁବକ ଗିରଫ

Published By : Prameya-News7 Bureau | September 21, 2020 IST

ଭଦ୍ରକ ୨୧।୯: ପୁଣି ଧରାହେଲା ବ୍ରାଉନସୁଗାର । ଜଣେ ଯୁବକ ଗିରଫ । ବହୁଦିନ ଧରି ଅଭିଯୁକ୍ତର ପିଛା କରିବା ପରେ ବ୍ରାଉନସୁଗାର ସହ ଧରିଛି ଭଦ୍ରକ ଜିଲ୍ଲା ପୁରୁଣାବଜାର ପୋଲିସ । ପୁରୁଣାବଜାର ଥାନା ଅଧିନସ୍ଥ ଡାଆଁଳାଶୁଣି କାଜିବଜାର ନିକଟରୁ ଯୁବକକୁ ଗିରଫ କରାଯାଇଛି ।

ଯୁବକ ଜଣକ ବାହାର ଜିଲ୍ଲାରୁ ବ୍ରାଉନସୁଗାର ଆଣି ବ୍ୟବସାୟ କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ । ବହୁ ଦିନ ଧରି ଯୁବକଙ୍କ ଗତିବିଧି ଉପରେ ଥାନା ଅଧିକାରୀ ଗଣେଶ୍ଵର ପ୍ରଧାନଙ୍କ ନେତୃତ୍ଵରେ ଗୋଟିଏ ଟିମ୍ ନଜର ରଖିଥିଲା । ତେବେ ଯୁବକ ଜଣକ ବହୁ ପରିମାଣର ବ୍ରାଉନସୁଗାର ଅଣୁଥିବା ଖବର ପାଇ ପୁରୁଣାବଜାର ପୋଲିସ ଅଭିଯୁକ୍ତକୁ ଧରିଥିଲା । ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବ୍ରାଉନସୁଗାରକୁ ଜବତ କରିଥିଲା ।

{"id":332743,"sizeSlug":"large"}

ତେବେ ତିନି ଗୋଟି ପୁଡିଆରେ ୨୫.୫୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା । ଏ ନେଇ ଭଦ୍ରକ ଏସଡିପିଓ ସାର୍ଥକ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଅଧିକ ତଦନ୍ତ ଜାରି ରହିଥିବା ସହ ବ୍ରାଉନସୁଗାର ବେପାରର ମୁଖ୍ୟ ତଥା ଜିଲ୍ଲାକୁ ଯୋଗଉଥିବା ମାଫିଆକୁ ଧରିବା ନେଇ ତନାଘନା ଚାଲିଥିବାରୁ ଅଧିକ ସୂଚନା ପୋଲିସ ତରଫରୁ ଦିଆଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.