ଜଳେଶ୍ବରରୁ ୮୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣକୁ ଗିରଫ କଲା ଏସଟିଏଫ

Published By : Prameya-News7 Bureau | August 27, 2020 IST

ଜଳେଶ୍ବର ୨୭।୮: କ୍ରାଇମବ୍ରାଞ୍ଚ ଏସଟିଏଫ ଟାର୍ଗେଟରେ ଡ୍ରଗ୍ସ ମାଫିଆ । ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ପୁଣି ଜବତ ହେଲା ଲକ୍ଷାଧିକ ଟଙ୍କାର ଧଳା ଜହର ।

ସୂଚନା ଅନୁସାରେ ଗୁରୁବାର ସକାଳୁ ଏସଟିଏଫର ଏକ ସ୍ବତନ୍ତ୍ର ଟିମ୍ ଜଳେଶ୍ବରରେ ଚଢାଉ କରିଥିଲା । ଚଢାଉ ବେଳେ ୮୦୦ ଗ୍ରାମ୍ ବ୍ରାଉନ ସୁଗାର ଜବତ ହୋଇଛି । ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଏସଟିଏଫ । ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ଲକ୍ଷ ବୋଲି କୁହ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.