ଚୋରାରେ ଚାଲାଣ ବେଳେ ଗଞ୍ଜେଇ ଜବତ, ଜଣେ ଗିରଫ

Published By : Prameya-News7 Bureau | December 04, 2019 IST

ସୋନପୁର ୪।୧୨: ଚାଲାଣ ହେଉଥିବା ବେଳେ ସୋନପୁର ପୋଲିସ ଦ୍ବାରା ବ୍ୟାପକ ପରିମାଣର ଗଂଜେଇ ଜବତ ହୋଇଛି । ବୌଦ୍ଧ ଜିଲ୍ଲାରୁ ଏକ ମାରୁତି ଭ୍ୟାନରେ ଗଂଜେଇ ଲୋଡ୍ ହୋଇ ସୋନପୁର ଦେଇ ଚାଲାଣ ହେଉଥିବା ଖବର ପାଇଥିଲା ସୋନପୁର ପୋଲିସ ।

ବୌଦ୍ଧରୁ ସୋନପୁର ପଟାଭାଡିଦେଇ ଯାଉଥିବା ମାରୁତି ଭ୍ୟାନକୁ ମହାଦେବ ମନ୍ଦିର ନିକଟରେ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚ ବେଳେ ଗାଡିରୁ ୩୨ କେଜି ଗଂଜେଇ ଜବତ କରିଛି ପୋଲିସ । ଫଳରେ ଗାଡି ନେଇ ଯାଉଥିବା ଯୁବକୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ବହଳପଦର ଗାଁର ଅଶୋକ ହଂସ । ଘଟଣାରେ ସୋନପୁର ପୋଲିସ ଏକ ମାମଲା ରୁଜୁକରି ଯୁବକକୁ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.