କୋଟିଏ ଟଙ୍କାର ବ୍ରାଉନ୍ସୁଗାର ଜବତ : ଜଣେ ଗିରଫ, ବନ୍ଧୁକ ଜବତ
16/10/2019 at 9:02 AM

ଜଳେଶ୍ବର ୧୬।୧୦: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଷ୍ଟେସନ ବଜାର ସ୍ଥିତ ମିଲବାଡି ଅଞ୍ଚଳରେ ଚଢାଉ କରାଯାଇଛି । ଜଳେଶ୍ବର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ ଭୋରରୁ ମିଳିତ ଚଢାଉ କରିଛନ୍ତି । ମିଲବାଡି ଅଞ୍ଚଳରେ ଚଢାଉ ବେଳେ ପ୍ରାୟ ୧ କିଲୋଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ । ଗୋଟିଏ ଚୋରା ବନ୍ଧୁକ ମଧ୍ୟ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ମିଲବାଡି ଅଞ୍ଚଳର ସପନ ପ୍ରଧାନ । ସପନ ଦୀର୍ଘଦିନ ଧରି ମିଲବାଡି ଅଞ୍ଚଳରେ ରହି ବ୍ରାଉନସୁଗାର ବେପାର କରି ଆସୁଥିଲେ ।
Related Posts
ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
18 January 2021
କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
18 January 2021
ଲୁଚକାଳି ଖେଳୁଛି ଶୀତ : ଆଜିଠୁ ବଢିବ ତାପମାତ୍ରା, ଗୁରୁବାରରୁ ପୁଣି ଥରାଇବ
18 January 2021
ଆଜିଠୁ ଖୋଲିବ ଘଟଗାଁ ମା ତାରିଣୀଙ୍କ ମନ୍ଦିର, ଲାଗିବନି ଭୋଗ-ଦୀପ-ଧୂପ
18 January 2021