ସରପଞ୍ଚଙ୍କ କାର୍ ଉପରକୁ ବୋମାମାଡ ଘଟଣାରେ ଜଣେ ଗିରଫ

Published By : Prameya-News7 Bureau | March 13, 2019 IST

ବିରିଡି ୧୩|୩ : ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଉକୁନ୍ଦରା ସରପଞ୍ଚ ଚନ୍ଦ୍ର ଶେଖର ଦାସଙ୍କ କାର ଉପରକୁ ବୋମା ମାଡ ଘଟଣାରେ ଜଣକୁ ଗିରଫ କଲା ପୋଲିସ । ଗତ ମାସ ୨୨ତାରିଖ ସରପଞ୍ଚଙ୍କ କାର୍ ଉପରକୁ ବୋମା ମାଡ କରିଥିଲେ ଦୁର୍ବୃତ । ଏନେଇ ସରପଞ୍ଚ ଚନ୍ଦ୍ର ଶେଖର ବିରିଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଥିଲା । ତେବେ ଗତକାଲି ରାତିରେ ପୋଲିସ ଜଣେ ଅଭିଯୁକ୍ତକୁ ଭୁବନେଶ୍ୱର ସ୍ଥିତ ସାଲିଆ ସାହିରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଉକୁନ୍ଦରା ଗାଁର ସଂଗ୍ରାମ ଭୋଇ । ସଂଗ୍ରାମ ଠାରୁ ପୋଲିସ ଗୋଟିଏ ଅଫୁଟା ବୋମା ମଧ୍ୟ ଜବତ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ଜଣାପଡିଛି । ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ଗିରଫ ସଂଗ୍ରାମ ନାଁରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.