ରାଜଧାନୀରୁ ବାଘଛାଲ ଜବତ, ଜଣେ ଗିରଫ

Published By : Prameya-News7 Bureau | November 17, 2020 IST

ଭୁବନେଶ୍ବର ୧୭।୧୧: ରାଜଧାନୀରୁ ବାଘଛାଲ ଜବତ । ଏହାସହିତ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର STF ଟିମ୍‌ । ଗିରଫ ଅଭିଯୁକ୍ତର ନାମ ପ୍ରଶାନ୍ତ ନାଏକ ବୋଲି ଜଣାପଡିଛି । ପ୍ରଶାନ୍ତଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରାଜଧାନୀରେ ବାଘ ଛାଲ ବିକ୍ରି ପାଇ ଯୋଜନା କରାଯାଉଥିଲା । ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ବରମୁଣ୍ଡାର ଏକ ଅଞ୍ଚଳରେ ଚଢାଉ କରି ବାଘଛାଲ ସହ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର STF ଟିମ୍‌ । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ମୟୁରଭଞ୍ଜ ଜିଲ୍ଲାର ପ୍ରଶାନ୍ତ ନାଏକ ବୋଲି ଜଣାପଡିଛି । ତେବେ ସେ କିପରି ଭୁବେନେଶ୍ୱରେ କାରବାର କରୁଥିଲେ, ଏବଂ ତାଙ୍କ ସହିତ କିଏ କିଏ ଏହି କାରବାରରେ ଜଡିତ ଅଛନ୍ତ । ସେନେଇ ବିଭିନ୍ନ ଦିଗରୁ ଛାନ୍‌ଭିନ୍‌ କରୁଛି କ୍ରାଇମବ୍ରାଞ୍ଚର STF ଟିମ୍‌ । ଘଟଣାର ଅଧିକ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.