ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ମାମଲା ; ନୋଟିସ୍ ହୋଇଥିବା ୧୦ଜଣଙ୍କ ମଧ୍ୟରୁ ଜଣେ ରଖିଲେ ଉତ୍ତର

Published By : Prameya-News7 Bureau | January 18, 2019 IST

ପୁରୀ ୧୮|୧: ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ମାମଲାରେ ମନ୍ଦିର ପ୍ରଶାସନ ପକ୍ଷରୁ ୧୦ ଜଣଙ୍କୁ ନୋଟିସ୍ ହୋଇଥିବା ବେଳେ ଜଣେ ଉତ୍ତର ରଖିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ତେଣୁ ବାକି ୯ ଜଣଙ୍କ ବିରୋଧରେ ତଦନ୍ତ କରାଯାଇ ଦୃଢ କର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଫେବ୍ରୁଆରୀ ୫ରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ । କିନ୍ତୁ ଏ ପର୍ଯ୍ୟନ୍ତ ନୂଆ ଆମିକସ୍ କ୍ୟୁରୀ ରଞ୍ଜିତ କୁମାରଙ୍କୁ ପୂର୍ବ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ତଥ୍ୟ ଦେଇନାହାନ୍ତି । ତେଣୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବନ୍ଦରେ ଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.