ଦୁଃଖଦ: ଘର ପାଖ ଖାଲରେ ଥିବା ପାଣିରେ ବୁଡି ଦେଢବର୍ଷ ଶିଶୁ ପୁତ୍ରର ମୃତ୍ୟୁ

Published By : Prameya-News7 Bureau | July 06, 2019 IST

ଭଦ୍ରକ୭|୬: ଘର ପାଖ ଖାଲରେ ଥିବା ପାଣିରେ ବୁଡି ଦେଢ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି ।  ଭଦ୍ରକ ଗ୍ରାମାଂଚଳ ଥାନା ଗଣିଜାଙ୍ଗ ଆଦିବାସୀ କଲୋନୀରେ ଘଟିଛି ଏହି ଦୁଃଖଦ ଘଟଣା । ବାପା ମାଆ ଘର ବାହାରକୁ  କାମ କରିବାକୁ ଯାଇଥିବା ବଳେ ଶିଶୁଟି ଘର ଭିତରେ ଥିଲା । ତବେ ଖେଳୁଥିବା ବଳେ ଘର ବାହାରକୁ ଯାଇ ପାଖରେ ଥିବା ପାଣି ଖାଲରେ ପଡି ଯାଇଥିଲା । ବାପା ମାଆ ଆସି ଦେଖିବା ପରେ ତୁରନ୍ତ ଶିଶୁଟିକୁ ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ , ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ । ମୃତ ଶିଶୁ ପୁତ୍ର ହେଉଛନ୍ତି ମଙ୍ଗୁଳୁ ମୁଣ୍ଡାଙ୍କ ପୁଅ ଧନୁ ମୁଣ୍ଡା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.