ହୃଦୟ ବିଦାରକ : ପାଣି ବାଲଟିରେ ବୁଡ଼ି ଦେଢ଼ ବର୍ଷର ଶିଶୁର ମୃତ୍ୟୁ

Published By : Prameya-News7 Bureau | February 18, 2019 IST

ଭାଗଲପୁର ୧୮/୨: ଜଗଦୀଶପୁର କୋଲାନାରାୟଣପୁର ଗାଁରେ ରବିବାର ସରବନ ଯାଦବଙ୍କ ଦେଢ଼ ବର୍ଷର ପୁଅ ବିଶ୍ବକର୍ମା କୁମାରଙ୍କ ପାଣି ବାଲଟିରେ ବୁଡ଼ି ମୃତ୍ୟୁ ହୋଇ ଯାଇଛି। ଏହି ଗାଁରେ ପିଇବା ପାଣି ସଙ୍କଟ ଦେଖାଯାଇଥାଏ ଏଥିପାଇଁ ଲୋକେ ଘରେ ପାଣି ଗଚ୍ଛିତ କରି ରଖିଥାଆନ୍ତି। ଏହି ଘଟଣାର କିଛି ସମୟ ପରେ ଲୋକଙ୍କ ନଜର ଯେତେବେଳେ ବାଲଟିରେ ପଡ଼ିଥିଲା ସେତେବେଳେ ଶିଶୁକୁ ସେଥିରୁ ବାହାର କରାଯାଇଥିଲା। ଏହା ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ୍ ନେଇ ଯାଇଥିଲେ। ସେଠାରେ କେହି ଡାକ୍ତର ଉପସ୍ଥିତ ନଥିଲେ।

ପରିବାର ଲୋକେ ଘଣ୍ଟାଏ ଧରି ହସ୍ପିଟାଲରେ ଚିତ୍କାର କରିଥିଲେ। ପରେ ମିଡିଆକର୍ମୀ ହସ୍ପିଟାଲରେ ପହଞ୍ଚିବା ପରେ ମୁଖ୍ୟ ଚିକିତ୍ସା ଅଧିକାରୀ ବାହାରି ଶିଶୁର ଧମନୀ ହାତରେ ଚିପି ଦେଖିଥିଲେ ଏହାପରେ ଶିଶୁକୁ ମୃତ ଘୋଷିତ କରିଥିଲେ। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ସେମାନେ ଘଣ୍ଟାଏ ଧରି ଚିଲାଇଥିଲେ ମଧ୍ୟ କେହି ଡାକ୍ତର ଆସିନଥିଲେ। ଯଦି ଠିକ୍ ସମୟରେ ଶିଶୁର ଚିକିତ୍ସା ହୋଇଯାଇଥାଆନ୍ତା ତେବେ ଶିଶୁର ଜୀବନ ବଞ୍ଚିଯାଇଥାଆନ୍ତା।

ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କହିବାନୁସାରେ ସେ ଭାଗଲପୁର ଟ୍ରେନିଙ୍ଗ ପାଇଁ ଆସିଛନ୍ତି ଏବଂ ଏଠାରେ ଯେଉଁ ୩ଜଣ ଆୟୁଷ ଡାକ୍ତର ଅଛନ୍ତି ସେମାନେ ରୋଷ୍ଟର ଅନୁସାରେ ଡ୍ୟୁଟି କରିବାକୁ ମନା କରିଥାଆନ୍ତି।

ଶ୍ରବଣ କୁମାରଙ୍କ ଦୁଇଟି ପୁଅ ଥିଲେ। ବିଶ୍ବକର୍ମା ସାନ ଥିଲେ। ନିରୀହ ନିଷ୍ପାପ ଶିଶୁର ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ମ୍ରିୟମାଣ ହୋଇଯାଇଛନ୍ତି। ସେମାନଙ୍କ ଅଭିଯୋଗ ଏୟା ଯେ ଡାକ୍ତରଙ୍କ ଦାୟିତ୍ବହୀନତା ଯୋଗୁଁ ତାଙ୍କ ଶିଶୁଙ୍କ ମୃତ୍ୟୁ ଘଟିଛି।

ଘଟଣା ପରେ ସ୍ଥାନୀୟ ଲୋକେ କହିଛନ୍ତି ଯେ କୋଲାନାରାୟଣପୁରରେ ପାଣିର ଘୋର ସଙ୍କଟ ଦେଖାଯାଏ। ଲୋକେ ଦୂର ଦୂରାନ୍ତରୁ ଆସି ପିଇବା ପାଣି ଆଣି ବାଲଟି ,ଟବ୍ ଭଳି ବଡ଼ ବାସନରେ ଷ୍ଟୋର କରି ଘରେ ରଖିଥାଆନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.