ଆଖି ବୁଜିଲା ଆନାକୋଣ୍ଡା
28/11/2019 at 5:41 PM

ଭୁବନେଶ୍ୱର ୨୮।୧୧ – ନନ୍ଦନ କାନନରେ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ତେବେ କେଉଁ କାରଣରୁ କେଉଁ ପରିସ୍ଥିତିରେ ଏହାର ମୃତ୍ୟୁ ହୋଇଛି ତାହା ଜଣା ପଡି ନାହିଁ ।
ନ୍ଦନକାନନର ସରୀସୃପ ଖୁଆଡ ନମ୍ବର ୪୫-କେ ରେ ଏହି ଆନାକୋଣ୍ଡା ସାପମାନଙ୍କୁ ରଖାଯାଇଥିଲା । ଏମାନଙ୍କୁ ଜୀଅନ୍ତା ମୂଷା ଓ କୁକୁଡ଼ା ଖାଇବାକୁ ଦିଆଯାଉଥିଲା ।
ନନ୍ଦନକାନନରେ ଏମାନଙ୍କ ଠିକଣା ହେଉଛି ସରୀସୃପ ଖୁଆଡ ନମ୍ବର ୪୫-K । ଚେନ୍ନାଇରୁ ଅଢେଇ ଦିନର ଯାତ୍ରା ପରେ ଏଠାରେ ପହଞ୍ଚିଥିଲେ ଏହି ହଳଦିଆ ବା ପରାଗୁଏନା ପ୍ରଜାତିର ଆନାକୋଣ୍ଡା । ଏଥିରେ ୫ଟି ମାଈ ଓ ୨ଟି ଅଣ୍ଡିରା ଆନାକୋଣ୍ଡା ରହିଛନ୍ତି । ଆଉ ଗୋଟିଏକୁ ଠିକ୍ ଭାବେ ଚିହ୍ନଟ କରାଯାଇ ପାରି ନଥିଲା ।
ଦକ୍ଷିଣ ଆମେରିକୀୟ ଅଞ୍ଚଳରେ ଦେଖାଯାଉଥିବା ଏହି ଆନାକୋଣ୍ଡାଙ୍କୁ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ଅଣାଯାଇଥିଲା । ଏମାନଙ୍କୁ ନନ୍ଦନକାନନ ପରିବେଶ ସହ ଖାପ ଖୁଆଇବାକୁ ବିଶେଷ ବ୍ୟବସ୍ଥା କରାଯାଇଥିଲା । ଖୁଆଡରେ ଛୋଟ ଛୋଟ ଗୁମ୍ଫା ସହ କାଠ ଗଣ୍ଡି, ପଥର ରଖାଯାଇଥିଲା । ଖାଇବାକୁ ଜୀଅନ୍ତା ମୂଷା ଓ କୁକୁଡ଼ା ଦିଆଯାଉଥିଲା । ଏଠାରେ ଥିବା ସମସ୍ତ ଆନାକୋଣ୍ଡାର ବୟସ ଅଢେଇରୁ ୩ ବର୍ଷ ଓ ଲମ୍ବ ୪ ଫୁଟ୍ ଯାଏଁ । ଏମାନେ ସର୍ବାଧିକ ୨୦ ଫୁଟ୍ ଯାଏଁ ବଢିବେ ।