Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

TRP scam: ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ବ୍ୟାଙ୍କ ଖାତାକୁ ୧୧ ମାସରେ ଆସିଛି ୧ କୋଟି ଟଙ୍କା

11/10/2020 at 5:34 PM

ମୁମ୍ବାଇ ୧୧।୧୦:  ଟେଲିଭିଜନ ରେଟିଂ ପଏଣ୍ଟ ଅନିୟମିତତା ମାମଲା (ଟିଆରପି ସ୍କାମ୍)ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଗୋଟିଏ ପରେ ଗୋଟିଏ ରହସ୍ୟ ଉଦଘାଟନ କରିବାରେ ଲାଗିଛି। ଏଥିରେ ରିପବ୍ଲିକ୍ ଟିଭି ସିଇଓ ବିକାଶ ଖନଚନ୍ଦାନୀଙ୍କୁ ରବିବାର ମୁମ୍ବାଇ ପୋଲିସ ପଚରା ଉଚରା କରିଛି। ଅନ୍ୟପକ୍ଷରେ ମାମଲାରେ ଗିରଫ ୪ ଜଣଙ୍କ ମଧ୍ୟରୁ ଜଣକ ଆକାଉଣ୍ଟକୁ ଗତ ନଭେମ୍ବର ମାସରୁ ଏପର୍ଯ୍ୟନ୍ତ ୧ କୋଟି ଟଙ୍କା ଆସିଥିବା ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ଗଣମାଧ୍ୟମକୁ କହିଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ବୋମପେଲୀ ରାଓ ମିସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗତ ନଭେମ୍ବର ମାସରୁ ଏପର୍ଯ୍ୟନ୍ତ ୨୦ ଲକ୍ଷ ଲେଖାଏଁ ମୋଟ ୧ କୋଟି ଟଙ୍କା ଆସିଛି। ତେବେ ୪୫ ବର୍ଷ ବୟସ୍କ ମିସ୍ତ୍ରୀଙ୍କ ଆକାଉଣ୍ଟକୁ ଏତେ ପରିମାଣର ଟଙ୍କା କିଏ  ଓ କାହିଁକି ଦେଇଛି ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୁମ୍ବାଇ ପୋଲିସ କ୍ରାଇମ ଇଣ୍ଟେଲିଜେନ୍ସି ୟୁନିଟ୍ (ସିଆଇୟୁ) ହଂସା କମ୍ପାନୀର ୨ ଜଣ କର୍ମଚାରୀ ବିଶାଲ ଭଣ୍ଡାରୀ ଓ ବୋମପେଲୀ ରାଓ ମିସ୍ତ୍ରୀଙ୍କୁ ଗିରଫ କରିଥିଲା।  ଏମାନଙ୍କ ମଧ୍ୟରୁ ମିସ୍ତ୍ରୀଙ୍କ ଆକଉଣ୍ଟକୁ ୧୧ ମାସରେ ୧ କୋଟି ଟଙ୍କା ୫ରୁ ୬ ଥରରେ ଆସିଥିବା ଜଣାପଡିଛି।

ପୋଲିସ ଏବେ ମିସ୍ତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିବା ବ୍ୟକ୍ତିକୁ ଖୋଜୁଛି। ମିସ୍ତ୍ରୀଙ୍କ ଆୟର ସ୍ରୋତ ଯାହା ସେଥିରୁ ସେ ଏତେ କମ୍‌ ସମୟରେ ଏତେ ବିପୁଳ ଟଙ୍କା ଆୟ କରିବା ଅସମ୍ଭବ। ପୋଲିସ ତାଙ୍କ ଆକାଉଣ୍ଟ ଫ୍ରିଜ କରିଥିବା ବେଳେ ବ୍ୟାଙ୍କ ଲକରରୁ ସାଢେ ୮ ଲକ୍ଷ ଟଙ୍କା ଜବତ କରିଛି।

ସେହିପରି ମିସ୍ତ୍ରୀଙ୍କ ସହ ଗିରଫ ହୋଇଥିବା ଭଣ୍ଡାରୀ ତାଙ୍କ ଘରେ ବ୍ୟାରୋ ମିଟର ଲଗାଇଥିଲେ ବୋଲି ପୋଲିସ କହିଛି। ବ୍ୟାରୋମିଟରରୁ ପାଣିପାଗର ଆଗାମୀ ସୂଚନା ମିଳିଥାଏ। ତେବେ ଏହା ଦ୍ୱାରା କିପରି ଟିଆରପି ମାନୁପୁଲେଟିଂ କରୁଥିଲେ ତାହା ଏବେ ତଦନ୍ତସାପେକ୍ଷ ବୋଲି ପୋଲିସ କହିଛି। ମାମଲାରେ ଗିରଫ ଅନ୍ୟ ଜଣେ ଅଭିଯୁକ୍ତକୁ ମିସ୍ତ୍ରୀ ତା ଅଞ୍ଚଳରେ ଟେଲିଭିଜନ ଟିଆରପି ବଢାଇବା ଲାଗି ପ୍ରତିମାସରେ ୨୦ ହଜାର ଟଙ୍କା ଲେଖାଏଁ ଦେଉଥିବାର ମାନିଛି। 

ମୁମ୍ବାଇ ପୋଲିସ ଗତ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଥମଥର ଆର୍ଥିକ ରାଜଧାନୀରେ ଚାଲିଥିବା ଟିଆରପି ସ୍କାମ ପର୍ଦ୍ଦାଫାସ କରିଥିଲା। ମୁମ୍ବାଇ ପୋଲିସ ମୁଖ୍ୟ ପରମବୀର ସିଂହ କିଛି ଟେଲିଭିଜନ ଚାନେଲ ଟିଆରପି ମାନୁପୁଲେଟିଂ କରୁଥିବାର ତଦନ୍ତରୁ ଜଣାପଡିଥିବା କହିଥିଲେ। ଏଥିଲାଗି ସେମାନେ ଭୁଲ ତଥ୍ୟ ଦେଇ ଭ୍ରମାତ୍ମକ କାହାଣୀ ପ୍ରସାରଣ କରୁଥିବାର ମଧ୍ୟ ତଦନ୍ତ ବେଳେ ଜଣାପଡିଥିଲା। ଟେଲିଭିଜନ ବିଜ୍ଞାପନ ଦର ବଢାଇବା ଲାଗି ସେମାନେ ଏପରି କରୁଥିଲେ। 

ଟିଆରପି ଜାଣିବା ଲାଗି ଏଜେନ୍ସିମାନେ ରେଟିଂ ମିଟର ଲଗାନ୍ତି। ଏଥିରୁ ହଂସା କମ୍ପାନୀକୁ ୨୦ ହଜାର ଘରର ଦାୟିତ୍ୱ ଦିଆଯାଇଥିଲା।   ଗୋଟିଏ ବର୍ଗକୁ ଏକ ନିର୍ଦ୍ଧିଷ୍ଟ ସମୟରେ ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ ଦେଖିବା ଲାଗି ଲାଞ୍ଚ ଦିଆଯାଉଥିବାର ପୋଲିସ ତଦନ୍ତରୁ ଜଣାପଡିଛି। ଏଥିଲାଗି ପ୍ରତିପରିବାରକୁ ମାସିକ ୪ଶହରୁ ୫ଶହ ଟଙ୍କା ଦିଆଯାଉଥିଲା ବୋଲି ମୁମ୍ବାଇ ପୋଲିସ ମୁଖ୍ୟ କହିଥିଲେ।

   Related Posts