ଦଣ୍ଡ ପୂର୍ବରୁ ନିର୍ଭୟା ମାମଲାରେ ନୂଆମୋଡ, କୋର୍ଟଙ୍କୁ ଦୋଷୀଙ୍କ ସମ୍ପର୍କରେ ଏଭଳି ସୂଚନା ଦେଲେ ବିନୟଙ୍କ ଓକିଲ

Published By : Prameya-News7 Bureau | February 20, 2020 IST

ନୂଆଦିଲ୍ଲୀ ୨୦।୨:   ଦିଲ୍ଲୀ ପାଟିଆଲା ହାଉସ୍ କୋର୍ଟଙ୍କ ଦ୍ୱାରା ନିର୍ଭୟା ମାମଲାରେ ଜାରି ନୂଆ ଡେଥ୍ ୱାରେଣ୍ଟ ଅନୁସାରେ ଦୋଷୀମାନଙ୍କୁ ମାର୍ଚ୍ଚ ୩ ତାରିଖରେ ଦଣ୍ଡିତ କରାଯିବ। ତେବେ ଗୁରୁବାର ମାମଲାରେ ନୂଆ ମୋଡ ଆସିଛି। ଏଥିରେ ଅନ୍ୟତମ ଦୋଷୀ ବିନୟ କୁମାର ଶର୍ମା ଜେଲ କାନ୍ଥରେ ନିଜର ମୁଣ୍ଡ ପିଟି ଦେଇଥିବା ବେଳେ ସେ ଗୁରୁତର ହୋଇପଡିଥିବା ତାଙ୍କ ଓକିଲ ଏ.ପି. ସିଂହ କୋର୍ଟଙ୍କୁ ସୂଚିତ କରିଛନ୍ତି।

{"id":226729,"sizeSlug":"large"}

କାନ୍ଥରେ ମଥା ପିଟିବା ଯୋଗୁ ବିନୟ ସ୍ମରଣ ଶକ୍ତି ହରାଇଥିବା ନେଇ ସିଂହ କୋର୍ଟଙ୍କୁ ସୂଚୀତ କରିଥିବା ବେଳେ ତାଙ୍କା ଲାଗି  ଉପଯୁକ୍ତ  ଚିକିତ୍ସା ନିବେଦନ କରିଛନ୍ତି। ଏମିତିରେ ବିନୟ ପୂର୍ବରୁ ମାନସିକ ଯନ୍ତ୍ରଣାରେ ଥିବା କୋର୍ଟଙ୍କୁ ସୂଚୀତ କରିଥିବାବେଳେ ତାଙ୍କ ଓକିଲ ମଧ୍ୟ ପୂର୍ବରୁ ଜେଲରେ ଥିବା ବେଳେ ସେ ମେଣ୍ଟାଲ ହସ୍ପିଟାଲ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହୋଇଥିବାର କହିଥିଲେ। ତେବେ ମାମଲାରେ ସରକାରୀ ଓକିଲ ଡାକ୍ତରଙ୍କ ରିପୋର୍ଟ ଉପସ୍ଥାପନ କରି ବିନୟର ମାନସିକ ସ୍ଥିତି ସାମାନ୍ୟ ଥିବା ଜଣାଇଥିଲେ।

{"id":226730,"width":581,"height":325,"sizeSlug":"large"}

ଇତି ମଧ୍ୟରେ ବିନୟର କ୍ଷମା ନିବେଦନ ଶନିବାର ପାଟିଆଲା ହାଉସ୍ କୋର୍ଟ ଶୁଣାଣି କରିବାକୁ ଥିବା ବେଳେ ତାଙ୍କ ଓକିଲଙ୍କ ଏଭଳି ସୂଚନା ଏବେ ଜେଲ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ତେବେ କୋର୍ଟ ଶନିବାର ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ ଲାଗି ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୧୬ ତାରିଖ ରବିବାର ତିହାର ଜେଲନମ୍ବର ୩ରେ ବନ୍ଦୀ ଥିବା ୪ ଦୋଷୀଙ୍କ ମଧ୍ୟରୁ ବିନୟ କାନ୍ଥରେ ମଥା ପିଟିଦେଇଥିଲା। ଏଣୁ ତାଙ୍କ ମୁଣ୍ଡରେ ହାଲକା କ୍ଷତ ହୋଇଥିଲା। ଯାହାର ତୁରନ୍ତ ଟ୍ରିଟ୍‌ମେଣ୍ଟ ମଧ୍ୟ ହୋଇଥିଲା। ତେବେ ପୁରା ଘଟଣା ବୁଧବାର ଜଣାପଡିବା ପରେ ଜେଲରେ ଚାଞ୍ଚଲ୍ୟ ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.