ଗର୍ଭବତୀ ହାତୀ ହତ୍ୟା ମାମଲାରେ ଜଣେ ଗିରଫ୍, ପୋଲିସ୍ କବ୍ଜାରେ ଆଉ ୩ ସନ୍ଦିଗ୍ଧ
5/06/2020 at 4:38 PM

ମଲପ୍ପୁରମ ୦୫/୦୬ : କେରଳ ଗର୍ଭବତୀ ହାତୀକୁ ହତ୍ୟା ମାମଲାର ଖୁଲାସା ହେବାକୁ ଯାଉଛି | ମାମଲାରେ ଜଣକୁ ଗିରଫ କରାଯାଇଛି | ରାଜ୍ୟ ବନବିଭାଗ ଟ୍ୱିଟ କରି କହିଛି ଯେ, କେରଳ ବନବିଭାଗ ହାତୀ ମୃତ୍ୟୁ ମାମଲାରେ ଜଣଙ୍କୁ ଗିରଫ କରିଛି | ଘଟଣାକୁ ନେଇ ସାରା ଦେଶରେ ସମାଲୋଚନା ହୋଇଥିଲା | ହାତୀ ମୃତ୍ୟୁ ମାମଲାରେ ୩ଜଣ ସନ୍ଦିଗ୍ଧଙ୍କୁ ପୋଲିସ ପଚରାଉଚୁରା କରୁଥିବା ଗୁରୁବାର ଦିନ ବନବିଭାଗ ସୂଚନା ଦେଇଥିଲା | ଅନ୍ୟ ଦୁଇଜଣ ସଂଵିଧାନକୁ ପୋଲିସ ଖୋଜୁଛି | ଜଣେ ବରିଷ୍ଠ ବନ ଅଧିକାରୀ ସୂଚନା ଦେଇଛନ୍ତି ଯେ, ପାଖାପାଖି ୪୦ ବର୍ଷ ବୟସ୍କ ଅଭିଯୁକ୍ତ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରି ଦେଇଥିଲେ | ମାମଲାରେ ଜଣକୁ ଗିରଫ କରାଯାଇଛି |
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ, ୩ଜଣଙ୍କ ସନ୍ଦିଗ୍ଧଙ୍କ ଉପରେ ତାଙ୍କର ନଜର ରହିଛି | ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ କରି କହିଛନ୍ତି ଯେ, ୩ଜଣ ସନ୍ଦିଗ୍ଧଙ୍କ ଉପରେ ନଜର ରହିଛି ଏବଂ ଯାଞ୍ଚ ଜାରି ରହିଛି | ପୋଲିସ ଓ ବନବିଭାଗ ସଂଯୁକ୍ତ ଭାବେ ଘଟଣାର ଯାଞ୍ଚ କରୁଛନ୍ତି |
ଜିଲ୍ଲା ପୋଲିସ ଓ ଜିଲ୍ଲା ବନବିଭାଗ ଅଧିକାରୀ ଗୁରୁବାର ଦିନ ଘଟଣାସ୍ଥଳ ବୁଲି ଦେଖିଥିଲେ | ଯାଞ୍ଚରେ ସଫଳତା ମିଳିଥିବା ବନବିଭାଗ କର୍ମଚାରୀ କହିଛନ୍ତି | ଯାଞ୍ଚ ପାଇଁ ଗଠନ ହୋଇଥିବା ଯାଞ୍ଚ ଟିମ ଅନେକ ସନ୍ଦିଗ୍ଧଙ୍କୁ ପଚରାଉଚୁରା କରିଛନ୍ତି | ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସେ ଉଚିତ ପ୍ରୟାସ କରିବେ ବୋଲି ବନବିଭାଗ ଅଧିକାରୀ କହିଛନ୍ତି |
ଅପରପକ୍ଷରେ କେନ୍ଦ୍ର ସରକାର ଏହି ମାମଲାରେ ଗମ୍ଭୀର ଶୋକ ପ୍ରକାଶ କରି ରାଜ୍ୟକୁ ରିପୋର୍ଟ ମାଗିଛନ୍ତି | କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରି ଘଟଣାର ରିପୋର୍ଟ ମାଗିଛନ୍ତି | ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି |
ଦେଶର ଖ୍ୟାତନାମା ଉଦ୍ୟୋଗପତି ରତନ ଟାଟା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରି ଏହାକୁ ହତ୍ୟା ବୋଲି କହିଛନ୍ତି | ଜାଣିଶୁଣି ଗର୍ଭବତୀ ହାତୀକୁ ହତ୍ୟା କରାଯାଇଛି ବୋଲି ରତନ ଟାଟା କହିଛନ୍ତି | ହାତୀ ପାଇଁ ସେ ନ୍ୟାୟ ଦାବି କରିଛନ୍ତି |