୧୧ ଗ୍ରାମରୁ ଅଧିକ ଓଜନର ବ୍ରାଉନସୁଗାର ଜବତ, ଜଣେ ଗିରଫ

Published By : Prameya-News7 Bureau | January 08, 2021 IST

ଭଦ୍ରକ ୮।୧: ଭଦ୍ରକ ଜିଲ୍ଲା ବନ୍ତ ଥାନା ପୋଲିସ ଦ୍ବାରା ବ୍ରାଉନସୁଗାର ବେପାରୀ ଗିରଫ । ୧୧ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କଲା ପୋଲିସ । ଜବତ ବ୍ରାଉନସୁଗାରର ଓଜନ ୧୧.୧୦୩ ଗ୍ରାମ ରହିଛି ।

ବନ୍ତ ଥାନା ଅନ୍ତର୍ଗତ ଛୟାଳସିଂ ଅଞ୍ଚଳରୁ ବ୍ରାଉନସୁଗାର ସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଉଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ହାସିନପୁର ଗାଁର ଶ୍ରୀକାନ୍ତ ପ୍ରଧାନ । ଭଦ୍ରକ ଏସଡିପିଓ ସାର୍ଥକ ରାଏ ଜବତ ବ୍ରାଉନସୁଗାର ନେଇ ସୂଚନା ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.