ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତ ଗିରଫ, ପୁଲିସ ଲଗାଇଲା ସଂଗୀନ ଦଫା
2/01/2021 at 4:27 PM

ଆନନ୍ଦପୁର୨/୧: ଆନନ୍ଦପୁର ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଯୁବକ ଅନିଲ କୁମାର ମହାପାତ୍ରକୁ ଗିରଫ କରିଛି କେନ୍ଦୁଝର ସ୍ପେସାଲ ସ୍କ୍ବାର୍ଡ ପୋଲିସ୍। ଏହି ଘଟଣାରେ ଅନିଲ ବିରୋଧରେ ଆଇପିସି ଧାରା ୩୦୭,୩୪୧,୨୦୪,୩୨୩,୩୩୨,୩୩୩,୫୦୬ ଓ ୩୫୩ ଭଳି ସଂଗୀନ ଦଫା ଲଗାଇଛି ପୋଲିସ୍। ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ସେପଟେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫିଲ୍ଡ ଡ୍ୟୁଟି ବନ୍ଦ କରିଥିବା ନେସ୍କୋ ଇଂଜିନିୟ ସଂଘ ଅଭିଯୁକ୍ତ ଗିରଫ ପରେ ଖୁସି ବ୍ୟକ୍ତି କରିଛନ୍ତି।
ସୂଚନା ଅନୁଯାୟୀ ଗତ ୨୯ ତାରିଖ ଆନନ୍ଦପୁର ନେସ୍କୋ ନିର୍ବାହୀ ଯନ୍ତ୍ରୀ ଚିତରଞ୍ଜନ ମିସ୍ତ୍ରୀ ଏବହ ତାଙ୍କ ଟିମ୍ ବକେୟା ବିଦ୍ୟୁତ ବିଲ ଆଦାୟ କରିବା ବେଳେ ତାଙ୍କୁ ଆକ୍ରମଣ କରିଥିଲା ଅନିଲ। ବର୍ତ୍ତମାନ ଅନିଲକୁ ଗିରଫ କରିଛି ପୋଲିସ।
Related Posts
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021