Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପୋଲିସ ପଞ୍ଝାରେ ମାଟ୍ରିମୋନି ଠକ : ଫେକ୍ ଆଇଡି କରି ଫସାଉଥିଲା ଝିଅଙ୍କୁ – ଏହି ଖବରରେ ଅଭିଯୁକ୍ତ ବିରଞ୍ଚି ରଥର ଫଟୋ ବଦଳରେ ଆମେ ସାଗର ନାଥଙ୍କ ଫଟୋ ପୋଷ୍ଟ କରିଥିବାରୁ ଦୁଃଖିତ… ଏହା ଅନିଚ୍ଛାକୃତ ତ୍ରୃଟି

18/08/2019 at 1:10 PM

ଭୁବନେଶ୍ବର ୧୮/୮ 🙁ଆଜି ସକାଳେ ମାଟ୍ରିମୋନିରେ ଫେକ୍ ଆଇଡି କରି ଝିଅଙ୍କୁ ଜାଲରେ ଫସାଉଥିବା ଘଟଣାରେ ପୋଷ୍ଟ ହୋଇଥିବା ବିରଞ୍ଚି ରଥର ଏକ ଖବର ପ୍ରମେୟ ନିୟୁଜ ୭ ପୋର୍ଟାଲରେ ପୋଷ୍ଟ ହୋଇଥିଲା। ଏହି ଖବରରେ ବିରଞ୍ଚି ରଥର ବଦଳା ସାଗର ନାଥଙ୍କ ଫଟୋ ଭୁଲବଶତଃ ପୋଷ୍ଟ ହୋଇଯାଇଥିଲା। ଏଥିପାଇଁ ଆମେ ଦୁଃଖପ୍ରକାଶ କରୁଛୁ। ଭୁଲ୍ ଫଟୋ ପଡ଼ିଥିବାରୁ ମୂଳ ଖବରଟିକୁ ଓ୍ବେବସାଇଟରୁ ସମ୍ପୂର୍ଣ୍ଣ ଭାବେ ଅପସାରଣ କରିଦିଆଯାଇଛି।ପୋଷ୍ଟ ବେଳେ ଏହା ଦେଖିଥିବା ସମସ୍ତ ପାଠକଙ୍କୁ ଅନୁରୋଧ ସେହି ଫଟୋଟିକୁ ଅଭିଯୁକ୍ତଙ୍କ ଫଟୋ ବୋଲି ଧରିବେ ନାହିଁ। ) ତେବେ ଅପରାଧ ଘଟଣାଟି ଏହିପରି..

ଦୀର୍ଘ ଦିନ ଧରି ମାଟ୍ରିମୋନିରେ ଫେକ୍ ଆଇଡି କରି ଝିଅଙ୍କୁ ଜାଲରେ ଫସାଉଥିଲା । ବିବାହର ପ୍ରଲୋଭନ ଦେଖାଇ ଠକୁଥିଲା । କିନ୍ତୁ ଏବେ ସେହି ଠକ ନୟାପଲ୍ଲୀ ପୋଲିସ ହାତରେ ଧରା ପଡିଛି । ଏହି ଠକ ଜଣକ ହେଲା ଅନୁଗୋଳର ବିରଞ୍ଚି ନାରାୟଣ ରଥ । ସେ ମାଟ୍ରିମୋନି ସାଇଟ୍ ରେ ନିଜକୁ ଡାକ୍ତର , ଇଞ୍ଜିନିୟର ପରିଚୟ ଦେଉଥିଲା । ତେବେ ଗତକାଲି ରାତି ନୟାପଲୀ ପୋଲିସ ବିରଞ୍ଚିକୁ ଭୁବନେଶ୍ବରରୁ କାବୁ କରିଛି। ବିରଞ୍ଚି ମାଟ୍ରିମୋନି ସାଇଟ୍ ରେ ଜଣେ ଉଚ୍ଚ ପଦସ୍ଥ ଅଫିସର ଅନୁପ ଶତପଥୀଙ୍କ ସମ୍ପର୍କୀୟ ଭଉଣୀଙ୍କୁ ପ୍ରୋଫାଇଲକୁ ବିବାହ କରିବାକୁ ବାରମ୍ବାର ମେସେଜ କରୁଥିଲା । ତେବେ ଅନୁପଙ୍କ ସନ୍ଦେହ ହେବାରୁ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବିରଞ୍ଚିକୁ ତାରି ଜାଲରେ ଫସାଇବା ପାଇଁ ଏକ ହୋଟେଲକୁ ଡାକିଥିଲା । ସେ ପୋଲିସ ଥିବା ଜାଣିପାରି ଖସି ପଳାଇଥିଲା । ତେବେ ବିରଞ୍ଚି ଗତକାଲି ଅନୁପଙ୍କ ଭଉଣୀଙ୍କୁ ଫୋନ କରି ଭୁଲ ମାଗିବାବେଳେ ପୋଲିସ ଫୋନ୍ କୁ ଟ୍ରାକ କରି ତାକୁ ଧରିଥିଲା ।

   Related Posts