୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ; ଜଣେ ରୋଗୀ ମୃତ, ୫ ଆହତ

Published By : Prameya-News7 Bureau | December 14, 2018 IST

ବାଲେଶ୍ବର ୧୪|୧୨:  ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଜିଲ୍ଲା ଜାତୀୟ ରାଜପଥ ୬୦ ଗେମନ୍ ପୋଲ ଉପରେ ଏହି ଦୁର୍ଘଟଣା ହୋଇଛି । ମୃତ ରୋଗୀ ହେଲେ ଶାନ୍ତିଲତା ମିତ । କମର୍ଦ୍ଧାରୁ ରୋଗୀ ନେଇ ଆମ୍ବୁଲାନ୍ସଟି ବାଲେଶ୍ବର ମେଡିକାଲକୁ ଆସୁଥିବାବେଳେ ଦୁର୍ଘଟଣା ହୋଇଥିଲା ।

ସେପଟେ ଉଦଳା-ବାରିପଦା ରାସ୍ତାର ପଥରା ଛକରେ ରାସ୍ତା କଡକୁ ଓଲଟି ପଡିଛି ୧୦୮ ଆମ୍ବୁଲାନ୍ସ । ଫଳରେ ଫାର୍ମାସିଷ୍ଟ ଆହତ ହୋଇଛନ୍ତି । ଆମ୍ବୁଲାନ୍ସଟି ରୋଗୀ ନେବା ପାଇଁ ଖୁଣ୍ଟାରୁ ଉଦଳା ଆସୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.