ଦିନକର ଜିଲ୍ଳାପାଳ: ଲୋକଙ୍କ ସମସ୍ୟା ଶୁଣିଲେ, ସମାଧାନ ବତାଇଲେ ଦ୍ବାଦଶ ଶ୍ରେଣୀର ଛାତ୍ରୀ, ଝିଅଙ୍କୁ ଦେଲେ ମେସେଜ୍‌

Published By : Prameya-News7 Bureau | January 25, 2021 IST

ସୁଲତାନପୁର ୨୫/୦୧: ଗୋଟିଏ ଦିନର ଜିଲ୍ଲାପାଳ ହେଲେ ଦ୍ବାଦଶ ଶ୍ରେଣୀର ଛାତ୍ରୀ। ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାପାଳ ହୋଇଛନ୍ତି ଛାତ୍ରୀ। ସୋମବାର ମିଶନ ଶକ୍ତି ଯୋଜନା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଦ୍ବାଦଶ ଶ୍ରେଣୀର ଛାତ୍ରୀ ପ୍ରଜ୍ଞା ତ୍ରିପାଠୀଙ୍କୁ ଗୋଟିଏ ଦିନ ପାଇଁ ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି। ଜିଲ୍ଲାପାଳ ଭାବେ ଦାୟିତ୍ବ ପାଇବା ପରେ ପ୍ରଜ୍ଞା ବହୁ ସମସ୍ୟାର ସମାଧାନ କରିଥିବା ଜଣାପଡ଼ିଛି।

ଜିଲ୍ଲାପାଳ ରବିଶ ଗୁପ୍ତାଙ୍କ ସହ ମିଶି ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଥିଲେ। ବହୁ ସମସ୍ୟାର ସମାଧାନ ପାଇଁ ଜଣେ ତାଲିମପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କ ଭଳି ପରାମର୍ଶ କରିଛନ୍ତି ପ୍ରଜ୍ଞା। ଏପରିକି ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ମଧ୍ୟ ଦେଇଛନ୍ତି।

ପ୍ରଜ୍ଞା ତ୍ରିପାଠୀ  କେଶ କୁମାରୀ ବାଳିକା ଇଣ୍ଟରମିଡିଏଟ୍‌ କଲେଜ୍‌ରେ ଦ୍ବାଦଶ ଶ୍ରେଣୀରେ ପଢ଼ୁଛନ୍ତି। ସୋମବାର ରାଜ୍ୟରେ ମିଶନ ଶକ୍ତି ଯୋଜନାରେ ନାଇକା ଇଭେଣ୍ଟ ଜରିଆରେ ସେ ଗୋଟିଏ ଦିନ ପାଇଁ ଜିଲ୍ଲାପାଳ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଯଦିଓ ପ୍ରଜ୍ଞାଙ୍କୁ ଗୋଟିଏ ଦିନର ଜିଲ୍ଲାପାଳ କରାଯାଇଥିଲା କିନ୍ତୁ ଜିଲ୍ଲାପାଳ ରବିଶ ଗୁପ୍ତା ତାଙ୍କ ପାଖରେ ଥିଲେ। ରବିଶ କୁମାର ତାଙ୍କୁ ଜଣେ ଜିଲ୍ଳାପାଳ ହେଲେ କଣ କଣ କାର୍ଯ୍ୟ କରିବାକୁ ପଡ଼େ ସେ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଭିଯୋଗ ଣୁଣାଣି ବେଳେ ପ୍ରଜ୍ଞା ସମସ୍ତ ଅଭିଯୋଗ ଶୁଣି ତାର ସମାଧାନ କହୁଥିଲେ। ଏପରିକି ବିଭାଗୀୟ ଅଧିକାରୀଙ୍କୁ ଏ ଦିଗରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଉଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ପ୍ରଜ୍ଞା ବଡ଼ ହେଲେ ଜଣେ ଜିଲ୍ଲାପାଳ ହେବାକୁ ଇଚ୍ଛା କରିଛନ୍ତି। ଝିଅ ବୋହୂମାନେ ନିଜ ମନରୁ ଡରକୁ ବାହାର କରିବା ଜରୁରୀ ବୋଲି ଗୋଟିଏ ଦିନର କଲେକ୍ଟର ପ୍ରଜ୍ଞା ତ୍ରିପାଠୀ ସନ୍ଦେଶ ଦେଇଛନ୍ତି। ଏହା ସହ ଝିଅମାନଙ୍କ ପରିବାର ଲୋକଙ୍କୁ ସେ ଅନୁରୋଧ କରି କହିଛନ୍ତି, ଝିଅମାନଙ୍କ ମନରେ ଭୟ ନୁହେଁ ବରଂ ଆତ୍ମନିର୍ଭର ହେବାକୁ ପ୍ରେରଣା ଦିଅନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.