Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କେବେ ବାଜପେୟୀଙ୍କୁ ହରାଇଥିଲେ, ଏବେ ମୋଦୀ କରିବେ ତାଙ୍କ ନାମରେ ବିଶ୍ଵ ବିଦ୍ୟାଳୟର ଶିଳାନ୍ୟାସ୍

7/09/2021 at 4:57 PM

ନୂଆଦିଲ୍ଲୀ ୦୭।୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୪ରେ ଅଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ବିଶ୍ଵ ବିଦ୍ୟାଳୟର ଶିଳାନ୍ୟାସ୍ କରିବେ। ରାଜା ମହେନ୍ଦ୍ର ପ୍ରତାପ ସିଂହଙ୍କ ଜନ୍ମ ୧୮୮୬ରେ ହୋଇଥିଲା। ସେ ଉତ୍ତର ପ୍ରଦେଶର ହାଥରସର ମୁରସବ ଏଷ୍ଟେଟରେ ଏକ ଜାଟ୍‌ ପରିବାରରେ ଜନ୍ମଗ୍ରହଣ କରିଥିଲେ। ରାଜା ମହେନ୍ଦ୍ର ପ୍ରତାପ ରାଜା ଘନଶ୍ୟାମ ସିଂହଙ୍କ ତୃତୀୟ ସନ୍ତାନ ଥିଲେ। ମଥୁରା ଅଞ୍ଚଳରେ ତାଙ୍କର ନାମ କାହାକୁ ଅଗୋଚର ନୁହେଁ। ଭାରତ ସରକାର ତାଙ୍କ ସମ୍ମାନରେ ୧୯୭୯ରେ ଡାକ ଟିକେଟ୍ ମଧ୍ୟ ଜାରି କରିଥିଲେ।

ଏଏମୟୁରେ ପଢିଥିଲେ, ଜମି ଦାନ କରିଥିଲେ

ରାଜା ମହେନ୍ଦ୍ର ପ୍ରତାପ ସିଂହ ୧୮୯୫ରେ ମୋହମ୍ମଡମ ଆଙ୍ଗଲୋ-ଓରିଏଣ୍ଟାଲ କଲେଜ୍‌ରୁ ଶିକ୍ଷା ଗ୍ରହଣ କରିଥିଲେ। ପରେ ୧୯୨୦ରେ ଏହାର ନାମ ବଦଳାଯାଇ ଅଲିଗଢ ମୁସଲିମ ୟୁନିଭର୍ସିଟି କରାଯାଇଥିଲା। ନ୍ୟୁଜ୍ ୧୮ ଅନୁଯାୟୀ, ୧୯୨୯ରେ ସେ ଅଲିଗଢ ମୁସଲିମ ୟୁନିଭର୍ସିଟି  ପାଇଁ ଜମି ମଧ୍ୟ ଦାନ କରିଥିଲେ। ଏହି ଜାଗା ସଂପ୍ରତି ତିକୋନିଆ ପାର୍କ ନାମରେ ପରିଚିତ। ୨୦୧୯ରେ ଆରଏସଏସ ଓ ବିଜେପି ଅଲିଗଢ ମୁସଲିମ ୟୁନିଭର୍ସିଟିର ନାମ ରାଜା ମହେନ୍ଦ୍ର ପ୍ରତାପ ସିଂହ ନାମରେ ରଖିବାକୁ ଦାବି କରିଥିଲେ। ଏହା ପରେ ଚଳିତ ବର୍ଷ ସେପ୍ଟେମ୍ବରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ନାମରେ ରାଜ୍ୟ ବିଶ୍ଵ ବିଦ୍ୟାଳୟ ନିର୍ମାଣ କରିବାକୁ ଘୋଷଣା କରିଥିଲେ।

ଜନସଂଘ ବିରୋଧରେ ନିର୍ଦ୍ଦଳୀୟ ହୋଇ ଲଢିଥିଲେ

ସବୁଠୁ ରୋଚକ କଥା ଏହା ଯେ, ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ରାଜାଙ୍କ ନାମରେ ୟୁନିଭର୍ସିଟିର ଶିଳାନ୍ୟାସ କରିବାକୁ ଯାଉଛନ୍ତି, ଦିନ ଥିଲା ସେ ଜନସଂଘ ବିରୋଧୀ ଥିଲେ। ଏପରିକି  ନିର୍ବାଚନରେ ଜନସଂଘକୁ ହରାଇ ଜିତିଥିଲେ। ରାଜା ମହେନ୍ଦ୍ର ପ୍ରତାପ ସିଂହ ୧୯୫୭ର ଲୋକସଭା ନିର୍ବାଚନରେ ଅଟଳ ବିହାରୀ ବାଜପେୟୀଙ୍କୁ ମଥୁରା ଲୋକସଭା ଆସନରୁ ହରାଇଥିଲେ। ସେହି ସମୟରେ ବାଜପେୟୀ ଜନସଂଘର ପ୍ରାର୍ଥୀ ଥିଲେ ଏବଂ ମହେନ୍ଦ୍ର ପ୍ରତାପ ସିଂହ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ।

ଗାନ୍ଧୀଜୀଙ୍କୁ ଚିଠି ଲେଖି ଜିନ୍ନାଙ୍କ ପ୍ରତି ସତର୍କ ରହିବାକୁ କହିଥିଲେ

ରାଜା ମହେନ୍ଦ୍ର ପ୍ରତାପ ସିଂହ ସ୍ଵାଧୀନତା ଲଢେଇରେ ମଧ୍ୟ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇଥିଲେ। ୧୯୧୫ରେ ଆଫାନିସ୍ତାନ ନିର୍ବାସନ ସମୟରେ ସେ ଭାରତର ଅନ୍ତରୀଣ ସରକାର ଗଠନ କରିଥିଲେ। ୧୯୩୯ରେ ମହାତ୍ମା ଗାନ୍ଧୀଙ୍କୁ ଚିଠି ଲେଖି ଜିନ୍ନାଙ୍କ ପ୍ରତି ସତର୍କ ରହିବାକୁ କହିଥିଲେ ରାଜା ମହେନ୍ଦ୍ର ପ୍ରତାପ ସିଂହ। ସେହି ସମୟରେ ସେ ଜିନ୍ନାଙ୍କୁ ସାପର ଉପାଧି ଦେଇ ତାଙ୍କ ଉପରେ ଭରସା ନକରିବାକୁ କହିଥିଲେ।

ନୋବେଲ ଶାନ୍ତି ପୁରସ୍କାର ପାଇଁ ହୋଇଥିଲେ ନାମାଙ୍କିତ

୧୯୩୨ରେ ରାଜା ମହେନ୍ଦ୍ର ସିଂହଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ନାମାଙ୍କିତ ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଙ୍କ ଆନ୍ଦୋଳନରେ ସାମିଲ୍ ହେବା, ଭାରତର ସ୍ଵାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିବା ଏବଂ ବ୍ରିଟିଶ ସରକାରଙ୍କ କ୍ରୁରତାକୁ ଉଜାଗର କରିବା ପାଇଁ ତାଙ୍କ ନାମ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ନାମାଙ୍କିତ କରାଯାଇଥିଲା। ୧୯୪୦ରେ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ସେ ଜାପାନରେ ଏଗଜିକ୍ୟୁଟିଭ୍ ବୋର୍ଡ ଅଫ ଇଣ୍ଡିଆ ଗଠନ କରିଥିଲେ।

   Related Posts