କାର୍ପେଟ୍ ବିକ୍ରିଠାରୁ ଅଭିନେତା …ସ୍ମଲ୍‌ ସ୍କ୍ରିନ୍‌ର ମିଷ୍ଟର ପରଫେକ୍ଟନିଷ୍ଟଙ୍କ ଲାଇଫ୍‌ରେ ଏମିତି ଆସିଲା ଟର୍ଣ୍ଣିଂ ପଏଣ୍ଟ …

Published By : Prameya-News7 Bureau | December 18, 2019 IST

ମୁମ୍ବାଇ୧୮|୧୨: ଟେଲିଭିଜନ୍‌ ଅଭିନେତା ବରୁନ ବଦୋଲା ଏବେ “ମେରେ ଡ୍ୟାଡ୍‌ କେ ଦୁଲହନ" ଶୋ’ରେ ଶ୍ବେତା ତିୱାରୀଙ୍କ ସହ ନଜର ଆସୁଛନ୍ତି। ବରୁନ ଏବେ ଟିଭି ଜଗତରେ ବେଶ ଭଲ ଭାବେ ପରିଚିତ। ହେଲେ ଏଥିପାଇଁ ସେ ବହୁତ ସଂଘର୍ଷ କରିଛନ୍ତି। କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ହିଁ ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ବରୁନ ନିଜ ଉତ୍ଥାନ ପତନ ବିଷୟରେ ସେୟାର କରିଛନ୍ତି।

{"id":199246,"sizeSlug":"large"}

ବରୁନଙ୍କ ଅନୁସାରେ ଜଣେ କଳାକାରର ସଂଘର୍ଷ କେବେ ସରେ ନାହିଁ। ସେ ୧୮ ବର୍ଷ ଥିବା ସମୟରେ ନିଜ କ୍ୟାରିଅରର ଆରମ୍ଭ କରିଥିଲେ। ପ୍ରଥମେ ବରୁନ ଏକ ଟେଲିସପିଂ ପୋର୍ଟାଲ ପାଇଁ ଲେଖକ ଭାବେ କାମ କରୁଥିଲେ। ସେ ନିଜର ଆରାମଦାୟକ ଜୀବନ ଛାଡି ବହୁତ କମ୍‌ ବୟସରେ କାମ କରିବା ଆରମ୍ଭ କରିଥିଲେ। କାରଣ ସେ ନିଜ ବାପା ମାଆଙ୍କ ଉପରେ କୌଣସି ବୋଝ ହେବାକୁ ଚାହୁଁନଥିଲେ ବୋଲି କହିଛନ୍ତି ବରୁନ ।

{"id":199247,"sizeSlug":"large"}

ଏଥିପାଇଁ କମ ବୟସରୁ କାମ କରି ସେ ଟଙ୍କା ରୋଜଗାର କରୁଥିଲେ। ଗୋଟେ ସମୟ ଏମିତି ମଧ୍ୟ ଥିଲା ଯେବେ ସେ କାର୍ପେଟ୍‌ ବିକ୍ରି କରି ଆମଦାନୀ କରୁଥିଲେ। ପରେ ସେ ଜଣେ ସହକାରୀ କଷ୍ଟ୍ୟୁମ୍‌ ଜିଜାଇନର ଭାବେ କାମ କରୁଥିଲେ। ଯେତେବେଳେ ବରୁନ ଶୋ’ “ଦିଲ ସେ” ପାଇଁ ଲେଖିଥିଲେ ତାହା ତାଙ୍କ ଜୀବନର ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା।

{"id":199248,"sizeSlug":"large"}

ସେ ପ୍ରଥମେ ନିଜ କାମ ଉପରେ ବିଶ୍ବାସ କରିପାରୁନଥିଲେ। କାରଣ ଜଣେ ସହକାରୀ କଷ୍ଟ୍ୟୁମ୍‌ ଜିଜାଇନରର ଲେଖାକୁ କେବେ ଏତେ ଶୀଘ୍ର ଗ୍ରହଣ କରନ୍ତି ନାହିଁ। ହେଲେ ତାଙ୍କ ଚିନ୍ତାଧାରା ଭୁଲ ଥିଲା। ତାଙ୍କ ନୂଆ କ୍ରିଏଟିଭ୍‌ କ୍ୟାରିଅରର ଆରମ୍ଭ ହୋଇଥିଲା।

{"id":199249,"sizeSlug":"large"}

୮ ବର୍ଷ ଯାଏଁ ବରୁନ କେବଳ ଲେଖୁଥିଲେ ଓ ନିର୍ଦ୍ଦେଶନା ଦେଉଥିଲେ। ଏବଂ ଏହା ପରେ ସେ ନିର୍ଦ୍ଦେଶନାରୁ ବ୍ରେକ୍‌ ନେଇଥିଲେ କାରଣ ସେ ଅଭିନୟ କରିବାକୁ ଚାହୁଁଥିଲେ ଓ ସେଥିରେ ମଧ୍ୟ ସେ ସଫଳ ହୋଇଥିଲେ। ଟିଭି ଧାରାବାହିକ “ଅସ୍ତିତ୍ତ୍ବ…ଏକ ପ୍ରେମ କାହାନୀ”ରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। ଧୀରେ ଧୀରେ ସେ ଅନେକ ସଫଳ ଟିଭି ଧାରାବାହିକରେ ଅଭିନୟ କରିଥିଲେ।

{"id":199250,"sizeSlug":"large"}

ହେଲେ ବାଲାଜୀ ଟେଲିଫିଲ୍ମର କୋଶୀଶ୍‌ ଶୋ ପରଠୁ ସେ ଲୋକପ୍ରିୟତା ହାସଲ କରିବା ଆରମ୍ଭ କରିଥିଲେ। ବରୁନ କେବଳ ଜଣେ ଶ୍ରେଷ୍ଠ ଅଭିନେତା ନୁହେଁ ବରଂ ସେ ଜଣେ ଭଲ ଡାନ୍ସର ଓ ସିଙ୍ଗର । ତାଙ୍କର ଏହି ପ୍ରତିଭା ନଚ୍‌ ବଲିଏରେ ଦେଖିବାକୁ ମିଳିଥିଲା। ଏଥିରେ ସେ ନିଜ ପତ୍ନୀ ରାଜେଶ୍ବରୀଙ୍କ ସହ ଭାଗ ନେଇଥିଲେ। ହାର୍ଡୱାର୍କ ଓ ଡେଡିକେସନ ପାଇଁ ବରୁନଙ୍କୁ ଟେଲିଭିଜନର ଆମୀର ଖାନ ତଥା ମିଷ୍ଟର ପର୍ଫେକ୍ସନିଷ୍ଟ କୁହନ୍ତି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.