Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ବଲିଉଡର ଏହି ସେଲିବ୍ରିଟିଙ୍କ ଘରେ କାମ କରୁଥିଲେ ରାନୁ ମଣ୍ଡଳ, ସେ ଯଦି ଗୁଣ ଚିହ୍ନିଥାନ୍ତେ ହୁଏତ କିଛି ଅଲଗା ହୋଇଥାନ୍ତା କାହାଣୀ

31/08/2019 at 5:22 PM

ସୋସାଲ ମିଡିଆରୁ ରାତାରାତ ବଲିଉଡର ଚମକଦାର ଦୁନିଆରେ ପାଦ ଥାପିଥିବା ପ୍ଲାଟଫର୍ମ ସିଙ୍ଗର ରାନୁ ମଣ୍ଡଳ ଏକଦା ବଲିଉଡର ଜଣେ ସୁପରଷ୍ଟାରଙ୍କ ଘରେ କାମ କରୁଥିଲେ। ରାନୁ ତାଙ୍କ ଘର ଝାଡୁପୋଛା ସହ ବାରିବଗିଚା ଓଳାଉଥିଲେ। ଯଦି ସେହି ବଲିଉଡ ଅଭିନେତା ଜଣକ ରାନୁଙ୍କ ଭିତରେ ଥିବା କଳାକାରଟିକୁ ସେଦିନ ଚିହ୍ନିଥାନ୍ତେ ତେବେ ଆଜି ଇତିହାସ ଭିନ୍ନ ପ୍ରକାରେ ଲେଖାଯାଉଥାନ୍ତା। ତେବେ ଆସନ୍ତୁ ଜାଣିବା କିଏ ଥିଲେ ସେହି ବଲିଉଡ ସୁପରଷ୍ଟାର।

ବଲିଉଡ କାହାର ଜାଗିର ନୁହଁ। କେତେ କଳାକାର ଆସିଛନ୍ତି ଓ ଯାଇଛନ୍ତି। କିଏ ଷ୍ଟାରଡୋମରେ ରାଜ କରିଛି ତ କିଏ ସବୁକିଛି ହରାଇ ହଜି ଯାଇଛି। ଏମିତି ଜଣେ କଳାକର ହେଉଛନ୍ତି ଫିରୋଜ ଖାନ। ଏକଦା ବଲିଉଡ ସୁପରଷ୍ଟାର ଥିବା ଏହି କଳାକାରଙ୍କୁହୁଏତ ଆଜିର ପିଢିର ଦର୍ଶକେ ଚିହ୍ନିବି ନ ପାରନ୍ତି। ହେଲେ ଦିନ ଥିଲା ଶାହରୁଖ, ସଲମାନଙ୍କ ଭଳି ଇଣ୍ଡଷ୍ଟ୍ରିରେ ତାଙ୍କର ବି ଦବଦବା ଥିଲା। ରାନୁ ଫିରୋଜ ଖାନଙ୍କ ଘରେ  ରୋଷେଇ କରିବା ଠାରୁ ଆରମ୍ଭ କରି ତାଙ୍କ ପୁଅ ଫରଦିନ ଖାନ, ଭାଇ ସଞ୍ଜୟ ଖାନଙ୍କ ଧ୍ୟାନ ବି ରଖୁଥିଲେ। ହେଲେ ସେତେବେଳେ କେହି କେବେ ଭାବି ବି ନଥିଲେ ସେ ବି ଦିନେ ବଲିଉଡ ଡେବ୍ୟୁ କରିବେ। ହୁଏତ ସେ ବୟସର ଅନ୍ୟ ଏକ ପାହାଚରେ ପାଦ ଥାପି ସାରିଛନ୍ତି ତଥାପି ବଲିଉଡ  ତାଙ୍କ  ସ୍ୱାଗତରେ ସାମାନ୍ୟ ଉଣା ବି କରିନି।

ରାନୁ ତାଙ୍କର ନୂଆ ଜୀବନର ଆରମ୍ଭ କରିସାରିଲେଣି। ସେ ଜୀବନକୁ ଭରପୁର ଉପଭୋଗ କରିବାକୁ ଚାହାନ୍ତି। ଏଣୁ ନିଜକୁ ଯେଉଁ ମଞ୍ଚରେ ସେ ଖୋଜି ପାଇଛନ୍ତି ସେଠାରେ ସ୍ଥାପନା କରିବା ଲାଗି ଉଦ୍ୟମରେ ସାମାନ୍ୟତମ ଅବହେଳା ବି କରିବେନି ବୋଲି କହିଛନ୍ତି ରାନୁ । ହୁଏତ ଲକ୍ଷ ସ୍ଥଳରେ ସେ ବିଳମ୍ବରେ ପହଞ୍ଚିଚନ୍ତି କିନ୍ତୁ ସେ ଉଦ୍ୟମକୁ ବ୍ୟର୍ଥ ଯିବାକୁଦେବେନି ବୋଲି କହିଛନ୍ତି।  

   Related Posts