Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

କେବଳ ବିକାଶ ଦୁବେ ନୁହେଁ Encounter ଭୟରେ ମୂଲାୟମ ସିଂ ଯାଦବ ସାଇକେଲରେ ପଳାଇଥିଲେ ଦିଲ୍ଲୀ !

10/07/2020 at 10:33 PM

ଲକ୍ଷ୍ନୌ ୧୦।୭: କାନପୁର ବିକରୁ ଗାଁ କାଣ୍ଡର ମୁଖ୍ୟ ନାୟକ ବିକାଶ ଦୁବେର ପୋଲିସ ଶୁକ୍ରବାର ଏନକାଉଣ୍ଟର କରିଦେଇଛି। ଘଟଣା ରେ ରାଜ୍ୟ ଏବେ ପଡ ଉଠ ହେଉଛି। ତେବେ କେବଳ ବିକାଶ ଦୁବେ ନୁହେଁ ଅତୀତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ମୁଲାୟମ ସିଂ ଯାଦବ ପୋଲିସ ଏନକାଉଣ୍ଟର ଭୟରେ  ବିଲରେ ବିଲରେ ସାଇକେଲ ଚଳାଇ ଦିଲ୍ଲୀ ଚାଲିଯାଇଥିବା ଘଟଣା ଖୁବ୍ କମ୍‌ ଲୋକଙ୍କର ମନେଥିବ। ମୁଲାୟମ ସେତେବେଳେ ବିଧାୟକ ଥିଲେ। ଏହା ପୂର୍ବରୁ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇ ରାମ ନରେଶ ଯାଦବ ଓ ବନାରସୀ ଦାସଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। ତଥାପି ଏନକାଉଣ୍ଟର ଅର୍ଡର ଆସିଥିବା ଶୁଣିବା ମାତ୍ରେ କାଳ ବିଳମ୍ବ ନକରି ହାତ ପାଖରେ ଥିବା ସାଇକେଲରେ ବସି ବିଲରେ ବିଲରେ ଦିଲ୍ଲୀ ପଳାଇଥିଲେ। 

ବିଶ୍ୱନାଥ ପ୍ରତାପ ସିଂହ ୟୁପି ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟରେ ଦସ୍ୟୁ ଉଚ୍ଛେଦ କାର୍ଯ୍ୟକ୍ରମ ଜୋରଦାର କରିଥିଲେ। ତେବେ ତାଙ୍କ ଯୋଜନାରେ ବାରମ୍ବାର ବାଧା ଉପୁଜୁଥିଲା। ଠିକେ ଏତିକି ବେଳେ ଦୈନିକ ସମ୍ବାଦପତ୍ର ଇଣ୍ଡିଆନ ଏକ୍ସପ୍ରେସ୍‌ର ପ୍ରଥମ ପୃଷ୍ଠାରେ ଏକ ଖବର ପ୍ରକାଶ ପାଇଥିଲା। ଏଥିରେ ମୁଲାୟମ ସିଂହ ଯାଦବଙ୍କ ହିଷ୍ଟ୍ରି ସିଟ୍‌ ନମ୍ବର ସମେତ ତାଙ୍କ ବିରୋଧରେ ରୁଜୁ ହତ୍ୟା ଓ ଡକୈତୀ ସମ୍ପର୍କିତ ୩୨ଟି ମାମଲାର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇଥିଲା।  ମୂଲୟାମଙ୍କ ସହ ଦସ୍ୟୁଙ୍କ  ସମ୍ପର୍କ ନେଇ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହ ଙ୍କୁ ପୂର୍ବରୁ ସୂଚନା ଥିଲା। ସେ କେବଳ ଡକାୟତଙ୍କୁ ସଂରକ୍ଷଣ ଦେଉନଥିଲେ  ତାହା ନୁହେଁ ସେମାନଙ୍କ ଠାରୁ ତାଙ୍କ ଭାଗ ମଧ୍ୟ ନେଉଥିଲେ। ତେବେ ଖବର କାଗଜରେ ରିପୋର୍ଟ ଦେଖିବା ମାତ୍ରେ ଇଟାବା ପୋଲିସକୁ ତାଙ୍କର ଏନକାଉଣ୍ଟର ଲାଗି ମୁଖ୍ୟମନ୍ତ୍ରୀ ଆଦେଶ ଜାରି କରି ଦେଇଥିଲେ।

ଇଟାବା ଥାନାକୁ ଆଦେଶ ଆସିବା ମାତ୍ରେ ଥାନାରେ ଥିବା ମୁଲାୟମଙ୍କ ଲୋକେ ତାଙ୍କୁ ଜଣାଇ ଦେଇଥିଲେ। ଯେମିତି ଏନକାଉଣ୍ଟର ଆଦେଶ କଥା ଶୁଣିଛନ୍ତି ମୂଲାୟମ ନିମିଷେ ମାତ୍ର ବିଳମ୍ବ ନ କରି  କାହାକୁ କିଛି ନ ଜଣାଇ ପାଖରେ ଥିବା ଏକ ସାଇକେଲରେ ବସି ବିଲରେ ବିଲରେ ଦିଲ୍ଲୀ ବାହାରିଯାଇଥିଲେ। ତେଣେ ପୋଲିସ ମୁଲାୟମଙ୍କ ଅନକାଉଣ୍ଟର ଲାଗି ପୁରା ଦମରେ ପ୍ରସ୍ତୁତିରେ ଲାଗିପଡିଥିଲା।   ଷ୍ଟେସନ, ବସଷ୍ଟାଣ୍ଡ, ଜାତୀୟ ରାଜମାର୍ଗରେ ପୋଲିସ ମୁଲାୟମଙ୍କୁ ଜଗି ରହିଥିବା ବେଳେ ସେ ବିଲ ହିଡରେ ହିଡରେ ଦିଲ୍ଲୀ ଯାଉଥିବାର ସୂଚନା କାହାକୁ ବି ମିଳିନଥିଲା। 

ସେତେବେଳେ ମୁଲାୟମ ରାଷ୍ଟ୍ରୀୟ ଲୋକଦଳ ବିଧାୟକ ଥିଲେ।  ଦଳର ଜାତୀୟ ସଭାପତି ଚୌଧୁରୀ ଚରଣ ସିଂହଙ୍କ ଦିଲ୍ଲୀ ସ୍ଥିତ ଘରେ ପହଞ୍ଚି ସିଧା ତାଙ୍କ ପାଦ ତଳେ ଲୋଟି ଯାଇଥିଲେ। ବିଶ୍ୱନାଥ ପ୍ରତାପ ସିଂହ ତାଙ୍କ ଏନକାଉଣ୍ଚର ଲାଗି ଆଦେଶ ଜାରି କରିସାରିଥିବା ଚରଣ ସିଂହଙ୍କୁ ଜଣାଇଥିଲେ ଓ ସେହିଠାରେ ତାଙ୍କ ଘରେ ହିଁ ରହିଥିଲେ। ରାଜ୍ୟରେ ସରକାରଙ୍କ ସ୍ଥିତିକୁ ଦେଖି ଚରଣ ସିଂ  ମୁଲାୟମଙ୍କୁ ରାଜ୍ୟ ବିଧାନମଣ୍ଡଳ ଦଳର ନେତା ଘୋଷଣା କରିଦେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପାଳନ କରିବା ପୋଲିସ ଲାଗି ସମ୍ଭବ ହୋଇନଥିଲା। ତଥାପି ବି ମୁଲାୟମ ଇଟାୱା ଫେରିନଥିଲେ। ବିଧାନସଭା ବେଳେ ସେ ସୁରକ୍ଷା କର୍ମୀଙ୍କ ଗହଣରେ ସିଧା ଦିଲ୍ଲୀରୁ ଲକ୍ଷ୍ନୌ ଆସୁଥିଲେ ଓ ଉପସ୍ଥାନ ପକାଇ ପୁଣି ଦିଲ୍ଲୀ ଫେରିଯାଉଥିଲେ।

ଦସ୍ୟୁ ନାୟିକା ଫୁଲନ ସହ ମୁଲାୟମଙ୍କ ସମ୍ପର୍କ ଘନିଷ୍ଠ ଥିଲା। ମୁଲାୟମଙ୍କ ଏନକାଉଣ୍ଟର ଲାଗି ବିଶ୍ୱନାଥ ପ୍ରତାପ ସିଂହ ୧୯୮୧-୮୨ ମସିହାରେ ଆଦେଶ ଜାରି କରିଥିଲେ। ଠିକ୍ ଏହି ସମୟରେ ୨୮ ଜୁନ ୧୯୮୨ରେ ଫୁଲନ ବେହମଇ ଗାଁର ନରସଂହାର କରିଦେଇଥିଲା। ଏକକାଳୀନ ଗାଁର ୨୨ ଜଣ କ୍ଷେତ୍ରୀୟଙ୍କୁ ଧାଡିରେ ଛିଡା କରି ଫୁଲନର ଲୋକେ ଗୁଳିକରିଥିଲେ। ଦେଶରେ ଡକୈତୀ ଇତିହାସରେ ଏହା ଥିଲା ସବୁଛୁ ବଡ ଗଣ ସଂହାର। ଏଣୁ ମୁଲାୟମଙ୍କ ଲାଗି ପରିସ୍ଥିତି ଆହୁରି ଜଟିଳ ହୋଇପଡିଥିବା ବେଳେ ରାଜ୍ୟ ସରକାରଙ୍କ ଦସ୍ୟୁ ଉଚ୍ଛେଦ ଅଭିଯାନ ଲାଗି ଏହା ସବୁଠାରୁ ବଡ ଧକ୍କା ସାବ୍ୟସ୍ତ ହୋଇଥିଲା।  ଏଥିଲାଗି ବିଶ୍ୱନାଥ ପ୍ରତାପ ସିଂହ ସରକାରକୁ ଇସ୍ତଫା ଦେବାକୁ ପଡିଥିଲା। ଭି.ପି. ସିଂହଙ୍କ ସରକାର ଯିବାରୁ ମୁଲାୟମ ଆଶ୍ୱସ୍ତ ହୋଇଥିଲେ। ହେଲେ ଘଟଣାକୁ ନେଇ ଦୁଇ ନେତାଙ୍କ ବ୍ୟକ୍ତିଗତ ଶତ୍ରୁତା ସାରା ଜୀବନ ଲାଗି ରହିଥିଲା।    

   Related Posts