ଏହି ଭାରତୀୟ ଅଭିନେତ୍ରୀଙ୍କ ସହ ତାଙ୍କର କୋଟିକୋଟି ଟଙ୍କା ନେଇ ଫେରାର ହୋଇଯାଇଥିଲା ପାକ୍ କ୍ରିକେଟର, ଆଉ ଦିନେ ବି ଆସିନି ଭାରତ

Published By : Prameya-News7 Bureau | August 30, 2019 IST

ମୁମ୍ବାଇ:  ଏକ ସମୟ ଥିଲା ଯେତେବେଳେ ବଲିଉଡରେ ପାକ୍ କଳାକାର କ୍ୟାରିୟର କରିବାରେ କିଛି ଅସୁବିଧା ନଥିଲା। ଅତୀତରେ ଫବାଦ ଖାନ, ସୁହାନା ମାହିରା ଖାନ ଓ ବିନା ମଲ୍ଲିକଙ୍କ ଭଳି ଅନେକ ପାକିସ୍ତାନୀ କଳାକାର ଭାରତୀୟ ସିନେମା ଉଦ୍ୟୋଗରେ ନିଜର ଭାଗ୍ୟ ପରୀକ୍ଷା କରି ସଫଳ ହୋଇଥିଲେ। ଏହିକ୍ରମରେ ଜନୈକ ପାକ୍ କ୍ରିକେଟର ମଧ୍ୟ ବଲିଉଡରେ ଏକଦା ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ସେ ଏଠାରେ ଫିଲ୍ମରେ କେବଳ  ଅଭିନୟ କରିନଥିଲେ ସେ ସମୟର ଲୋକପ୍ରୀୟ ଭାରତୀୟ ଅଭିନେତ୍ରୀଙ୍କୁ ବିବାହ କରି ପାକିସ୍ତାନ ନେଇଯାଇଥିଲେ।

{"id":151148,"width":578,"height":386}

ଏହି କ୍ରିକେଟର ଓ କଳାକାର ଅନ୍ୟ କେହି ନୁହନ୍ତି ପ୍ରସିଦ୍ଧ ପାକିସ୍ତାନୀ ବ୍ୟାଟସ୍ ମ୍ୟାନ ମୋହସିନ ଖାନ। ସେ ବଲିଉଡରେ ଘୁଂଘଟ, ସାଥୀ ଓ ବଟବାରା ଭଳି ଫିଲ୍ମରେ ଅଭିନୟ କରିବା ସହ ସେ ସମୟର ପ୍ରଖ୍ୟାତ ବଲିଉଡ ନାୟିକା ରୀନା ରାୟଙ୍କୁ ମଧ୍ୟ ବିବାହ କରିଥିଲେ। ଉଭୟ ବିବାହ କରିବା ପରେ ପାକିସ୍ତାନ ଚାଲିଯାଇଥିଲେ। ବିବାହ ବେଳେ ରୀନା ରାୟ ଫିଲ୍ମରେ ଅଭିନୟ କରି ଉପାର୍ଜନ କରିଥିବା ସମସ୍ତ ଟଙ୍କା ପଇସା ଓ ସୁନାଗହଣା ବି ସାଙ୍ଗରେ ନେଇ ଯାଇଥିଲେ। ହେଲେ ସେମାନଙ୍କର ପାରିବାରିକ ଜୀବନ ବେସି ଦିନ ତିଷ୍ଠିନଥିଲା। ମୋହସିନ ଖାନ ତାଙ୍କୁ ତଲାକ ଦେଇଥିଲେ।

{"id":151149,"width":585,"height":325}

ତଲାକ ପରେ ରୀନା ରାୟ ଭାରତ ଫେରିଆସିଥିଲେ। ହେଲେ ସେତେବେଳକୁ ତାଙ୍କର ଫିଲ୍ମ କ୍ୟାରିୟର ଚୌପଟ ହୋଇସାରିଥିଲା। ତାଙ୍କ ସ୍ଥାନରେ ଅନେକ ନୂଆନୂଆ ନାୟିକା ପର୍ଦ୍ଦାକୁ ଆସି ସାରିଥିଲେ। ତେବେ ରୀନାଙ୍କୁ ଶେଷ ଥର ଜେ.ପି ଦତ୍ତାଙ୍କ ଚଳଚିତ୍ର ‘ରିଫ୍ୟୁଜି’ରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା। ସେ ଏବେ ମୁମ୍ବାଇରେ ତାଙ୍କ ଝିଅ ସନମଙ୍କ ସହ ଅବସ୍ଥାନ କରୁଥିବା ବେଳେ ଏକ ଅଭିନୟ ସ୍କୁଲ ଚଳାଉଛନ୍ତି।  ହେଲେ ରୀନାଙ୍କୁ ଛାଡପତ୍ର ଦେବା ପରେ ମୋହସିନ ମୁମ୍ବାଇ ରାସ୍ତା ଭୁଲିଯାଇଛନ୍ତି। ରୀନା ଭାରତକୁ ଫେରିବା ପରେ ମୋହସୀନ ତିନିଥର ବିବାହ କରିଥିବା ଜଣାପଡିଛି। ହେଲେ ଆଉ କେବେ ସେ ଭାରତ ଆସିନଥିବା ବେଳେ ତାଙ୍କର ପରିସ୍ଥିତି ଏବେ ପାକିସ୍ତାନରେ କିପରି ତାହା ମଧ୍ୟ କାହାରିକୁ ଜଣା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.