ଏହି ସୁନ୍ଦରୀ ତରୁଣୀଙ୍କ ସହ ଥିଲା ରାହୁଲ ଗାନ୍ଧିଙ୍କ ଆଫେୟାର, ଦେଖନ୍ତୁ କିଏ

Published By : Prameya-News7 Bureau | October 04, 2019 IST

ନୂଆଦିଲ୍ଲୀ : ପୂର୍ବତନ ଏଆଇସିସି ଅଧ୍ୟକ୍ଷ ତଥା କଂଗ୍ରେସ ଯୁବ ନେତା ରାହୁଲ ଗାନ୍ଧି ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି। ହେଲେ ତାଙ୍କ ପ୍ରେମ  କାହାଣୀ ଅତୀତରେ ଚର୍ଚ୍ଚାକୁ ଆସିଥିଲା। ରାହୁଲଙ୍କୁ ଏବେବି ଦେଶରେ ମୋଷ୍ଟ ଆୱେଟେଡ୍ ବ୍ୟାଚଲର ବୋଲି କୁହାଯାଏ ଓ ସେ ଖୁବ୍ ଶୀଘ୍ର ବିବାହ କରିପାରନ୍ତି ବୋଲି ଅନେକ ଆଶିବାନ୍ଧିଥାନ୍ତି। ତେବେ ଖୁବ୍ କମ ଲୋକଙ୍କୁ ଜଣାଥିବ ରାହୁଲଙ୍କ ଆଫାୟାର ସମ୍ପର୍କରେ। ଜନୈକା ରାଜକୁମାରୀଙ୍କ ସହ ଏକଦା ରାହୁଲ ନିବିଡ ସମ୍ପର୍କରେ ଆବଦ୍ଧ ହୋଇଥିଲେ।

{"id":166314,"align":"center","width":463,"height":550}

କିଛି ବର୍ଷ ପୂର୍ବରୁ ରାହୁଲ ଓ ସମ୍ପୃକ୍ତ ରାଜକୁମାରୀଙ୍କ ସମ୍ପର୍କ ନେଇ ଜଣାପଡିଥିଲା। ରାହୁଲ ଗାନ୍ଧିଙ୍କୁବି ରାଜକୁମାରୀଙ୍କ ସହ ଅନେକ ସ୍ଥାନରେ ଦେଖାଯାଇଛି। ଏଣୁ ରାହୁଲ ଓ ରାଜକୁମାରୀଙ୍କ ସମ୍ପର୍କ ନେଇ ବେଶ ଚର୍ଚ୍ଚା ବି ହୋଇଛି। ତେବେ ରାହୁଲ ରାଜକୁମାରୀଙ୍କ ଠାରୁ ନିଜକୁ ଏବେ ସୁରକ୍ଷିତ ଦୂରତାରେ ରଖିଛନ୍ତି କାହିଁକି ତା ବି ଜଣାପଡୁ ନାହିଁ। ଏଠାରେ ଆମେ ଯେଉଁ ରାଜକୁମାରୀଙ୍କ ଚର୍ଚ୍ଚା କରୁଛେ ସେ ଆଉକେହି ନୁହଁନ୍ତି ଆଫଗାନିସ୍ତାନର ପୂର୍ବ ଶାସକ ମହମ୍ମଦ ଜହୀରଙ୍କ ନାତୁଣୀ।

{"id":166315,"width":576,"height":561}

ରାହୁଲ ଓ ରାଜକୁମାରୀଙ୍କ ସମ୍ପର୍କ ଏତେ ନିବିଡ ହୋଇଯାଇଥିଲା ଯେ ସୋନିଆଙ୍କ ଘରେ ଆୟୋଜିତ ପ୍ରାର୍ଥନା ସଭାକୁ ବି ସେ ଆସିଥିବାର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଦାବି କରିଥିଲା। ଏହି ସମ୍ବାଦ ପତ୍ରର ରିପୋର୍ଟ ଅନୁସାରେ ଦିଲ୍ଲୀର ହୋଟେଲ ଅମନରେ ରାହୁଲଙ୍କ ସହ ରାଜକୁମାରୀଙ୍କୁ ଦେଖାଯାଇଥିଲା। ସେଠାରେ ଥିବା ଫିଟନେସ ସେଣ୍ଟରରେ ସେମାନେ ଅବସର ସମୟ ବିତାଉଥିବା ବେଳେ ଗଣମାଧ୍ୟମ ନଜରକୁ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.