ଜାଣନ୍ତୁ କୋର୍ଟରେ କାହିଁକି ଅମିତାଭଙ୍କ ନାମ ନେଇଥିଲା ପାକ୍ ଆତଙ୍କବାଦୀ କସାବ

Published By : Prameya-News7 Bureau | November 27, 2019 IST

ମୁମ୍ବାଇ ୨୭।୧୧:  ପାକ୍ ଆତଙ୍କବାଦୀ ଅଜମଲ କସାବକୁ ପୁଣି ମନେ ପକାଇଛନ୍ତି ଲୋକେ। ଦେଶର ଆର୍ଥିକ ରାଜଧାନୀରେ ଦୀର୍ଘ ୬୦ ଘଣ୍ଟା କାଳ ରକ୍ତର ହୋରି ଖେଳିଥିଲେ ଆତଙ୍କବାଦୀ। ଏନକାଉଣ୍ଟରରେ ସମସ୍ତ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ହେଲେ ଜଣିଏ ଆତଙ୍କବାଦୀ ଅଜମଲ କସାବ ଜୀବିତ ଧରା ପଡିଯାଇଥିଲା। ଏହି ଆତଙ୍କବାଦ ଆକ୍ରମଣ କାଳରେ ମୁମ୍ବାଇ ପୋଲିସରେ ଇନସପେକ୍ଟର ଅବସ୍ଥାପିତ ଥିଲେ ରମେସ ମହାଲେ।  ଆଜି ବି ୨୬/୧୧ ବେଳର ଘଟଣାକୁ ଭୁଲିପାରିନାହାନ୍ତି। କୋର୍ଟରେ କସାବ ଦେଇଥିବା ବୟାନକୁ ମନେ ପକାଇଛନ୍ତି। କସବ ବଲିଉଡ ମେଗାଷ୍ଟାର ଅମିତାଭଙ୍କ ବଙ୍ଗଳା ଦେଖିବାକୁ ମୁମ୍ବାଇ ଆସିଥିଲା ବୋଲି କୋର୍ଟଙ୍କୁ କହିଥିଲା।

{"id":190758,"sizeSlug":"large"}

ଏହି କେସ୍ ରେ ମହାଲେ ଇନଭେଷ୍ଟିଗେଟିଂ ଅଫିସର ଭାବେ ଜଡିତ ଥିଲେ। ତାଙ୍କ ଯାଞ୍ଚର ବିଷୟ ଥିଲା ‘ଆକ୍ରମଣର ଗୁରୁତ୍ୱପୂର୍ଣ୍ଣ ସୁରାଗ ଓ ଅମୀର ଅଜମଲ କସାବ’। ହେଲେ ପାକ୍ ଆତଙ୍କବାଦୀ କସାବ ଥିଲା ଖୁବ ଚତୁର । ତଦନ୍ତକାରୀ ସଂସ୍ଥାନ ଓ ଅଧିକାରୀଙ୍କୁ ବାରମ୍ବାର ଭ୍ରମିତ କରୁଥିଲା। ହେଲେ ତଦନ୍ତକାରୀ ଦଳଙ୍କ ଆଗରେ ବେଶି ସମୟ କସାବ ଟାଣ ରଖିପାରିନଥିଲା ଓ ସମ୍ପୂର୍ଣ୍ଣ ଷଡଯନ୍ତ୍ରର ପର୍ଦାଫାସ କରିଦେଇଥିଲା।

{"id":190759,"width":576,"height":323,"sizeSlug":"large"}

କସାବ ଥିଲା ଖୁବ ବୁଦ୍ଧିମାନ ବୋଲି କହିଛନ୍ତି ମହାଲେ । ସବୁବେଳେ ମିଛ କହୁଥିଲା। ପ୍ରତିମୂହୁର୍ତ୍ତରେ ରଙ୍ଗ ବଦଳାଉଥିଲା। ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଗୋଟେ ପ୍ରକାର ବୟାନ ଦେଉଥିଲା ତ କୋର୍ଟରେ ଆଉ ପ୍ରକାରେ କହୁଥିଲା। ଥରେ କୋର୍ଟରେ ସେ ନିଜକୁ ବଞ୍ଚାଇବା ଲାଗି ଅଚାନକ ଅମିତାଭ ବଚ୍ଚନଙ୍କ ନାମ ନେଇଥିଲା ବୋଲି ମହାଲେ କହିଛନ୍ତି। କସାବ କୋର୍ଟଙ୍କୁ କହିଥିଲା ଇଣ୍ଟେଲିଜେନ୍ସ ଏଜେନ୍ସୀ ରିସର୍ଚ୍ଚ ଏଣ୍ଡ ଆନାଲିସିସ୍ ୱିଙ୍ଗ ‘ର’ର ଅଧିକାରୀମାନେ ତାଙ୍କୁ ଅମିତାଭଙ୍କ ବଙ୍ଗଳା ସମ୍ମୁଖରୁ ଗିରଫ କରିଥିଲେ। ଯାଞ୍ଚ ବେଳେ ତା ନିକଟରୁ ଜବତ ହୋଇଥିବା ପାସପୋର୍ଟକୁ  ଚିରି ଦେଇଥିଲେ। ପରେ ଯେତେବେଲେ ୨୬/୧୧ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେଲା ସେତେବେଳେ ‘ର’ତାକୁ ମୁମ୍ବାଇ ପୋଲିସକୁ ଦେଇଦେଇଥିଲା।

{"id":190761,"sizeSlug":"large"}

କୋର୍ଟରେ କସାବର ଏଭଳି ବୟାନ ସମସ୍ତଙ୍କ ବୁଦ୍ଧି ହଜେଇ ଦେଇଥିଲା। ପୁରା ମନଗଢା କାହାଣୀ ଶୁଣେଇଦେଇଥିଲା କୋର୍ଟଙ୍କୁ। ସିଏସଟିରେ ମିଡିଆ ଉଠାଇଥିବା ଫଟୋରେ କସାବକୁ ଏକେ-୪୭ ରାଇଫଲ ସହ ଦେଖାଯାଇଥିଲା। କେବଳ ଏତିକି ନୁହେଁ ସିଏସଟି ସିସିଟିଭିରେ ବି କସାବକୁ ରାଇଫଲ ସହ ଦେଖାଯାଇଥିଲା। ହେଲେ ବି ବେଶ ସମୟ କୋର୍ଟଙ୍କୁ ଭ୍ରମିତ କରି ରଖିଥିଲା କସାବ। କିନ୍ତୁ ଶେଷରେ ନିଜର ଦୋଷ ସ୍ୱୀକାର କରିଯାଇଥିଲା। ଫଳରେ ମୁମ୍ବାଇ ହାଇକୋର୍ଟ କସାବକୁ ମୃତ୍ୟୁଦଣ୍ଡାଦେଶ କରିଥିଲେ।

{"id":190762,"sizeSlug":"large"}

କସାବ କିନ୍ତୁ ଜାଣିଥିଲା ତାକୁ ଏଠାରେ ମୃତ୍ୟୁଦଣ୍ଡ ଦିଆଯିବନି। କାରଣ ୨୦୦୧ ସଂସଦ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁ କେସ୍ ରୁ ସେ ଜାଣିଥିଲା ଭାରତୀୟ ବିଧି ବ୍ୟବସ୍ଥାରେ ମୃତ୍ୟୁ ଦଣ୍ଡ ଏତେ ସହଜ କଥା ନୁହେଁ । ତେବେ ସୁପ୍ରିମକୋର୍ଟରେ ତାର ଦଣ୍ଡ କାୟମ ରହିଥିବା ବେଳେ କ୍ଷମାଯାଚନା ମଧ୍ୟ ଅଗ୍ରାହ୍ୟ ହୋଇଯାଇଥିଲା।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.