ଥିଲା ଭାରତୀୟ ସେନାର ଖବରୀ ଏବେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ

Published By : Prameya-News7 Bureau | October 07, 2019 IST

ନୂଆଦିଲ୍ଲୀ - ଆଶିକ ଅହମଦ୍ ନେଂଗୁର ଶ୍ରୀନଗରରେ ପୁଲିସ୍‌ର ସୂଚନା ଦାତା ବା ଖବରୀ ଥିଲା । ଏବେ ସେ ପାକିସ୍ତାନରେ ରହି ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପର ଦେଖାଶୁଣା କରୁଛି । ଆଶିକ ଅହମଦ୍ ଏବେ ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ । ଆଶିକର ଘର ପୁଲୁଓ୍ୱାମାରେ ସେ । ଭାରତୀୟ ସେନାର ସୂଚନା ଦାତା ଭାବେ କାମ ବି କରିଛି । ମାତ୍ର ଟଙ୍କା ଲୋଭର ସେ ଆତଙ୍କବାଦୀଙ୍କ ପାଇଁ କାମ କରୁଥିବା ଜଣା ପଡିଛି ।

ପଞ୍ଜାବରେ ଆଶିକ ଅହମଦ୍ ଅହମ୍ମଦ ଡ୍ରୋନ୍‌ରେ ଅସ୍ତ୍ର ଶସ୍ତ୍ର ଖସାଇବା ପାଇଁ ଉଦ୍ୟମ କରିଥିଲା । ପଞ୍ଜାବ ସୀମାରେ ଡ୍ରୋନ ସାହାଯ୍ୟରେ ବାରମ୍ବାର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଖସାଯାଇଥିଲା । ପରେ ଡ୍ରୋନଟି ଖରାପ ହେବାରୁ ଖସି ପଡିଥିଲା । ଏହି ଘଟଣାର ପର୍ଦ୍ଦାଫାଶ ହେବାପରେ ଜାମ୍ମୁ କାଶ୍ମୀରରେ ୪୦ରୁ ଅଧିକ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ଅପରେସନ୍‌ ଆରମ୍ଭ କରିଛି । ଆଶିକ ଅହମଦ୍ ନେଂଗୁର ପିଓକେର ରହି ଏବେ ଭାରତରୁ ଆତଙ୍କବାଦୀ ପଠାଉଛି । ଏବେ ସେ ଜୈଶ-ଏ -ମହମ୍ମଦ ପାଇଁ କାମ କରୁଛି । ଏବେ ଭାରତରେ କିଛି ବଡ ଧରଣ ଅଘଟଣ ଘଟାଇବା ପାଇଁ ସେ ଜୋରସୋର୍‌ରେ ଉଦ୍ୟମ କରୁଛି ।

{"id":167265,"align":"left","width":309,"height":226}

ଏବେ ଆଶିକ ଅହମଦ୍ ନେଂଗୁରୁକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସାହାଯ୍ୟ କରୁଛି । ନେଂଗୁର ପୂର୍ବରୁ ଭାରତୀୟ ସେନାକୁ ସୂଚନା ଦେଉଥିଲା । ତାହାର ସୂଚନା ଆଧାରରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି ।
ନେଂଗୁରର କାଶ୍ମୀରରେ ଏବେ ଭାରତ ବିରୋଧୀ ଗୋଷ୍ଠୀଙ୍କ ସହ ଭଲ ସମ୍ପର୍କ ରହିଛି । ପ୍ରଥମେ ହିଜ୍ଜବୁଲ୍‌ ମୁଜାହିଦ୍ଦିନ୍‌ ନେଂଗୁରୁକୁ ପୁଲୁଓ୍ୱାମାରେ ପଥର ମାଡ ପାଇଁ ନିଯୁକ୍ତି ଦେଇଥିଲା। ଏଥିପାଇଁ ତାକୁ ଅଳ୍ପ ଟଙ୍କା ମିଳୁଥିଲା । ପରେ ଲୋଭ ବଢିବାରୁ ସେ ଆତଙ୍କବାଦୀଙ୍କ ସହ ହାତ ମିଳାଇଛି ।
ସେ ଆତଙ୍କବାଦୀଙ୍କ ଟଙ୍କାରେ ଟ୍ରକ କିଣି ପ୍ରଥମେ ଅସ୍ତ୍ରଶସ୍ତ୍ରର ଚୋରାଚାଲଣା କରିଥିଲା । ପରେ ସେ ଆତଙ୍କବାଦୀଙ୍କୁ ପୁରାଦମ୍‌ରେ ସାହାଯ୍ୟ କଲା । କିଛି ବର୍ଷ ତଳେ ନେଂଗୁରର ଭାଇ ମହମ୍ମଦ ଜାଇନ୍‌ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲା । ପୁଲିସ୍‌ ଏନ୍‌କାଉଣ୍ଟରରେ ସେ ନିହତ ହୋଇଛି । ସେ ଜୈଶ ଏ ମହମ୍ମଦ ପାଇଁ କାମ କରୁଥିଲା । ଗତ ବର୍ଷ ନେଂଗୁରର ଅନ୍ୟ ଜଣେ ଭାଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାରେ ସାହାଯ୍ୟ କରିବା ଅଭିଯୋଗରେ ଗିରଫ ହୋଇଛି । ଏବେ ନେଂଗୁର ଘାଟୀରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.