Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ଫିଲ୍ମ ‘ଏକ ଦୁଜେ କେଲିଏ’ର ବିଦ୍ରୋହୀ ପ୍ରେମିକା ରତି ଅଗ୍ନିହୋତ୍ରୀ ପିଇଥିଲେ ପାଉଁଶ ଗୋଳା ଚା

10/12/2019 at 10:38 PM

ମୁମ୍ବାଇ :  ବଲିଉଡ୍ ଫିଲ୍ମ ‘ଏକ ଦୁଜେ କେଲିଏ’ ଏପର୍ଯ୍ୟନ୍ତ ସୁପରହିଟ୍ ଫିଲ୍ମ ସୂଚୀରେ ରହିଆସିଛି। ତେବେ ଫିଲ୍ମର ନାୟିକାଙ୍କୁ ଏକ ଦୃଶ୍ୟରେ ଜଳନ୍ତା ଫଟୋର ପାଉଁଶକୁ ଚାରେ ଗୋଳି ପିଇ ଦେଉଥିବା ଦେଖାଯାଇଛି। ତେବେ ଏହି ସିନ୍ ସୁଟ୍ ଗୋଟିଏ ଥରରେ ହୋଇନଥିଲା। ନାୟିକା ତାଙ୍କ ପ୍ରେମିକଙ୍କ ପ୍ରେମରେ କେତେ ପାଗଳ ତାହା ପ୍ରମାଣିତ କରିବା ଲାଗି ଏହି ସିନ୍ ସୁଟ୍ ହୋଇଥିବା ବେଳେ  ଏଥିଲାଗି ୨ଥର ଟେକ୍ ହୋଇଥିଲା।

ସାଧାରଣତଃ ସେତେବେଳେ ଫିଲ୍ମ ରିଲରୁ ପ୍ରିଣ୍ଟ ହେଉଥିବା ଫଟୋରେ ଅନେକ ହାନିକାରକ ରସାୟନିକ ଥାଏ। ଏହା ସତ୍ତ୍ୱେ ଫିଲ୍ମରେ ସିକ୍ୱେନ୍ସକୁ ମଜଭୁତ କରିବା ଲାଗି ନାୟିକା ରତି ଅଗ୍ନିହୋତ୍ରୀ ଦୁଇ ଥର ଟେକ୍ ଦେଇଥିଲେ। ଏହି ଫିଲ୍ମ ମୁକ୍ତିଲାଭ କରିବା ପରେ ଜବରଦସ୍ତ ହିଟ୍ ହୋଇଥିଲା। ମାସ ମାସ ଧରି ହଲରେ ଚାଲିଥିଲା ଫିଲ୍ମ । ତେବେ ଏହି ଫିଲ୍ମ ଭଳି ନାୟିକାଙ୍କ ଜୀବନ କିନ୍ତୁ ଏତେ ହସଖୁସ ଭରା ହୋଇପାରିନଥିବା  ତାଙ୍କର ଅନେକ ଫ୍ୟାନସ ହୁଏତ ଜାଣି ନଥିବେ।

ରତି ଅଗ୍ନିହୋତ୍ରୀ ଏକ ପଞ୍ଜାବୀ ପରିବାରର ଝିଅ। ଖୁବ୍ କମ୍ ବୟସରୁ ମଡେଲିଂ ଓ ଅଭିନୟରେ ତାଙ୍କର ଋଚି ଥିଲା। ସ୍କୁଲରେ ଏକ ଡ୍ରାମାରେ ଅଭିନୟ କରୁଥିବା ବେଳେ ତାମିଲ ନିର୍ଦ୍ଦେଶକ ଭାରତୀ ରାଜାଙ୍କ ନଜରରେ ପଡିଥିଲେ। ସେ ହିଁ ରତିଙ୍କୁ ଦେଇଥିଲେ ପ୍ରଥମ ଅଭିନୟର ସୁଯୋଗ। ୧୬ ବର୍ଷ ବୟସରେ ରତି ପ୍ରଥମେ ତାମିଲ ଫିଲ୍ମ ‘ପୁଦିଆ ବରପୁକଲ’ରେ ନାୟିକା ଭୂମିକାରେ ଅଭିନୟ କରିଥିଲେ। ସେ ଅନେକ ବଲିଉଡ ଫିଲ୍ମ ବି କରିଛନ୍ତି। ହେଲେ ଦର୍ଶକେ ତାଙ୍କୁ ଆଜିବି ଏକଦୁଜେ କେ ଲିଏ ଲାଗି ମନେ ରଖିଛନ୍ତି।

ଏହି ଫିଲ୍ମର ଅପାର ସଫଳତା ପରେ ରତି ବିବାହ କରି ଘର ସଂସାର କରିଥିଲେ। ହେଲେ ତାଙ୍କ ସାଂସାରିକ ଜୀବନ ଏତେଟା ସୁଖଦ ହୋଇନଥିଲା। ସେ ବ୍ୟବସାୟୀ ଅନିଲ ବିରବାନୀଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ପୁଅ ଅନୁଜ ବି ଜନ୍ମ ହୋଇଥିଲା। ହେଲେ ଦମ୍ପତ୍ତିଙ୍କ ପାରିବାରିକ ଜୀବନ କେବେ ବି ସୁଖଦ ହୋଇନଥିଲା। ଏମିତିରେ ଦିନେ ରତି ପୋଲିସ ଥାନାକୁ ଆସି ସ୍ୱାମୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ କରିଥିଲେ। ସେହି ସମୟରେ ରତି ଗତ ୩୦ ବର୍ଷ ହେଲା ସ୍ୱାମୀଙ୍କ ନିର୍ଯ୍ୟାତନା ସହି ଆସୁଥିଲେ ବୋଲି ଗଣମାଧ୍ୟମକୁ କହିଥିଲେ। ପରେ ଅନିଲଙ୍କ ରତିଙ୍କ ବିବାହ ବିଚ୍ଛେଦ ହୋଇଥିଲା। ରତି ପୁଣଇ ବଲିଉଡରେ ଏବେ ଭାଗ୍ୟ ପରୀକ୍ଷା କରୁଥିବା ବେଳେ  ଇତିମଧ୍ୟରେ ‘କୁଛ ଖଟ୍ଟି କୁଛ ମିଠି’ ଓ ‘ଜଲୱା’ରେ ଅଭିନୟ କରିଛନ୍ତି। ପୁଅ ଅନୁଜକୁ ବି ବଲିଉଡରେ ଏଣ୍ଟ୍ରି ଦେବାକୁ ଉଦ୍ୟମ ଚଳାଇଛନ୍ତି ରତି ।      

   Related Posts