Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଏବେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଶ୍ୱରେ ରହିବ କରୋନା: WHO ମହାନିର୍ଦ୍ଦେଶକ

13/04/2021 at 3:30 PM

ଜେନେଭା ୧୩।୪: କରୋନା ଭାଇରସ ମହାମାରୀ ବିଶ୍ୱରୁ ଏତେ ଶୀଘ୍ର ଅପସରି ଯିବନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ମହାନିର୍ଦ୍ଦେଶକ ଟେଡ୍ରୋସ ଏଡନୋମ ଘେବ୍ରିୟସ୍ ଏହା କହିଛନ୍ତି। ଏଣୁ ସମସ୍ତଙ୍କୁ ଭୂତାଣୁ ସଂକ୍ରମଣ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ଏବେ ପୁଣି ଥରେ ଏସିଆ ଓ ମଧ୍ୟପ୍ରାଚ୍ୟର ଅନେକ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ସାରା ବିଶ୍ୱରେ ୭୮୦ ନିୟୁତରୁ ଅଧିକ ଟିକାକରଣ ହୋଇ ସାରିଥିବା ବେଳେ ସଂକ୍ରମଣ ବଢିବା ବାସ୍ତବିକ ଚିନ୍ତାଜନକ ବୋଲି ସେ କହିଛନ୍ତି।

ଟିକା ନେଇଥିଲେ ରହନ୍ତୁ ସାବଧାନ
ଟେଡ୍ରୋସ କହିଛନ୍ତି ଯେ ସାରା ବିଶ୍ୱରେ ଏବେ ବ୍ୟାପକ ଟିକାକରଣ ହେଉଛି। ଅନେକ ଲୋକେ ଟିକା ନେଇସାରିଲେଣି। ଟିକା ନେଇଥିବାର ଅର୍ଥ ନୁହେଁ ସଂକ୍ରମିତ ହେବେ ନାହିଁ। ଏଣୁ ଟିକା ନେଇଥିଲେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ। ଟିକା ନେବେ ପରେ ସାମାନ୍ୟ ଅବହେଳା ବି ଘାତକ ହୋଇପାରେ। ଏଣୁ ସବୁଦିନ ସବୁ ସପ୍ତାହ ସତର୍କ ହୋଇ ଚଳନ୍ତୁ। ଅନେକ ଦେଶର ଉଦାହରଣ ଦେଇ ଏହି ଭୂତାଣୁର ସଂକ୍ରମଣ ରୋକାଯାଇପାରିବ ବୋଲି କହିଛନ୍ତି। ସର୍ବାସାଧାରଣ ସ୍ୱାସ୍ଥ୍ୟ ଉପାୟକୁ ମଜଭୁତ ଓ ସମ୍ମିଳିତ କରାଯାଇପାରିଲେ ଏହା ସମ୍ଭବ ହୋଇପାରିବ ବୋଲି କହିଛନ୍ତି।

ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ମହାମାରୀ
ଟେଡ୍ରୋସ କହିଛନ୍ତି ଯେ ଏହି ଭୂତାଣୁ ଆମ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ। ତେବେ ଆମକୁ ସଂକ୍ରମଣରୁ ମୁକ୍ତ ରହିବାକୁ ହେବ। ଚଳିତବର୍ଷ ଆରମ୍ଭରେ ସଂକ୍ରମଣ ସାଙ୍ଗକୁ କୋଭିଡ ମୃତ୍ୟୁ ସଂଖ୍ୟା ହ୍ରାସ ହୋଇଥିଲା। ଏଣୁ କଡା ପଦକ୍ଷେପ ନିଆ ଯିବା ସହ ଯଦି ପ୍ରତ୍ୟେକଙ୍କ ଟିକାକରଣ ହୁଏ ତେବେ ତେବେ ମାତ୍ର କିଛି ମାସରେ ଭୂତାଣୁ ସଂକ୍ରମଣ ସମାପ୍ତ ହୋଇପାରେ ବୋଲି ସେ କହିଛନ୍ତି।

   Related Posts