୬ ମାସ ପରେ ପୁଣି WHOକୁ ଫେରିଲା ଆମେରିକା, ଜାଣନ୍ତୁ ବଦଳିବ କ’ଣ?

Published By : Prameya-News7 Bureau | January 26, 2021 IST

ଜେନେଭା: ଆମେରିକା ୬ ମାସ ପରେ ପୁଣି ଥରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)କୁ ଫେରିଛି।  ଏ ନେଇ ନୂଆ ରାଷ୍ଟ୍ରପତି ଜୋ ବାଇଡେନ ରିପବ୍ଲିକା ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ଡବ୍ଲୁଏଚଓ କରୋନା ମୁକାବିଲାରେ ବିଫଳ ଓ ସଙ୍ଗଠନ ଉପରେ ଚୀନ୍‌ର ନିୟନ୍ତ୍ରଣ ଥିବା ଦର୍ଶାଇଥିଲେ ଡୋନାଲ୍ଡ ଟ୍ରମ୍ପ। 

ତେବେ ଡବ୍ଲୁଏଚଓରେ ସାମିଲ ଲାଗି ବାଇଡେନଙ୍କ ନିଷ୍ପତ୍ତି ପରେ ସଙ୍ଗଠନର ଆର୍ଥିକ ସମସ୍ୟା ଦୂର ହୋଇଯିବ ବୋଲି ଆଶା କରାଯାଉଛି। ଏହା ଛଡା ସଂସ୍ଥାଙ୍କୁ ମ୍ୟାନପାୱାର ସପୋର୍ଟ ମଧ୍ୟ ମିଳିବ। ଡବ୍ଲୁଏଚଓରେ ପ୍ରତ୍ୟାବର୍ତନ ଲାଗି ବାଇଡେନ ତାଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଫାଉସୀ ଆନ୍ଥୋନୀଙ୍କୁ ଜେନିଭା ପଠାଇଥିଲେ।

ଆନ୍ଥୋନୀ ଡବ୍ଲୁଏଚଓରେ ଆମେରିକାର ପ୍ରତ୍ୟାବର୍ତ୍ତନ ଲାଗି ବୋର୍ଡ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ପୁଣି ଥରେ ଆମେରିକା ସଙ୍ଗଠନକୁ ଆର୍ଥିକ ସହାୟତା ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଥିବା ବେଳେ କର୍ମଚାରୀ ସପୋର୍ଟ ଓ କରୋନା ମୁକାବିଲାରେ ଯଥାସମ୍ଭବ ସହାୟତା କରାଯିବ ବୋଲି କହିଛନ୍ତି।

ତେବେ ଫାଉସ ଡବ୍ଲୁଏଚଓରେ କିଛି ଜରୁରି ପରିବର୍ତ୍ତନ ଲାଗି ମଧ୍ୟ କହିଛନ୍ତି। ତେବେ ଏହି ଜରୁରି ପରିବର୍ତ୍ତନ କଣ ହେବ ଏହା ଏବେ ଜଣାପଡି ନାହିଁ। ତେବେ ଡବ୍ଲୁଏଚଓ ରେ ଆମେରିକା ପୁଣି ସାମିଲ ହେବା ସଙ୍ଗଠନର ବିଶ୍ୱସନୀୟତା ବଢାଇବ। ଏହା ସହ ଗତ କିଛି ବର୍ଷ ହେଲା ସଙ୍ଗଠନକୁ ନେଇ ହେଉଥିବା ସମାଲୋଚନାରୁ ମୁକ୍ତି ପାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.