ପୁଣି ଥରେ ଚୀନକୁ ବଞ୍ଚାଇବାକୁ ଚେଷ୍ଟା କଲେ WHOର ମୁଖ୍ୟ, କହିଲେ- କରୋନା ପ୍ରାକୃତିକ ଭାଇରସ୍

Published By : Prameya-News7 Bureau | September 26, 2020 IST

ଓ୍ଵାଶିଂଟନ ୨୬।୦୯: ପ୍ରାୟ ୯ ମାସ ପୂର୍ବେ ଚୀନର ଉହାନ ସହରରୁ କରୋନା ଭାଇରସ ବ୍ୟାପିବା ଆରମ୍ଭ  ହୋଇଥିଲା। ଏହା ପରଠୁ ଏହି ମାରାତ୍ମକ ଭୂତାଣୁରେ ସମଗ୍ର ଦୁନିଆରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟି ସାରିଛି, ମାତ୍ର ଏହା ଜଡିତ ଅନେକ ପ୍ରଶ୍ନ ଏବେ ମଧ୍ୟ ରହସ୍ୟଘେରରେ ରହିଛି। ଏହି ବିଷୟରେ ଯେବେ ଭାରତର ଜଣେ ସାମ୍ବାଦିକ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ମୁଖ୍ୟ ଟେଡ୍ରୋସ ଆଡମେନଙ୍କୁ ପ୍ରଶ୍ନ କଲେ ଯେ କଣ କରୋନା ଭାଇରସ ଚୀନରୁ ଆସିଛି। ଏହାର ଉତ୍ତରରେ ଟେଡ୍ରୋସ ପୁଣି ଥରେ ଚୀନକୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି।

ହୁର ମୁଖ୍ୟ ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମ୍ଵାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ଭାରତର ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ, କଣ କରୋନା ଭାଇରସ ଚୀନର ଉହାନର ଭାୟରୋଲୋଜି ଲ୍ୟାବ୍‌ରୁ ସୃଷ୍ଟି ହୋଇଛି। ଏହା ପରେ ଟେଡ୍ରୋସ କହିଛନ୍ତି ହୁ ବିଜ୍ଞାନ ସମ୍ମତ ପ୍ରମାଣ ଉପରେ ବିଶ୍ଵାସ କରେ। ସାମ୍ବାଦିକ ସାକ୍ଷାତକାରରେ କେହି ଜଣେ କହିଲେ ଯେ,  ଭାଇରସ୍ ଲ୍ୟାବ୍‌ରୁ ବ୍ୟାପିଛି। କିନ୍ତୁ ଆମେ ଯେତେ ରିପୋର୍ଟ ଦେଖିଛୁ କରୋନା ଭାଇରସ୍‌ ପ୍ରାକୃତିକ ଭାବେ ଆସିଥିବା ସେ କହିଛନ୍ତି।

ଆଡମେନ କହିଛନ୍ତି ଯଦି କୌଣସି ଜିନିଷ ଏଥିରେ ପରିବର୍ତ୍ତନ ଆସିବ ତେବେ ଏହା  ବୈଜ୍ଞାନିକ ପ୍ରକ୍ରିୟା ଜରିଆରେ ହେବ। ଯଦି କେହି ଗଣମାଧ୍ୟମ ସମ୍ମୁଖରେ ଆସି କହିବେ, ତେବେ ଏହା ଉପରେ ଆମେ କିଛି କହି ପାରିବୁ ନାହିଁ। ଆମେ କେବଳ କହିବୁ ଯେ ବୈଜ୍ଞାନିକ ପ୍ରକ୍ରିୟା ପାଳନ କରନ୍ତୁ। ଉଲ୍ଲେଖନୀୟ ଚୀନରୁ ଜୀବନ ବଞ୍ଚାଇ ଖସି ପଳାଇଥିବା ବୈଜ୍ଞାନିକ ଲି ଓ୍ଵେଙ୍ଗ ୟାନ ଦାବି କରିଛନ୍ତି ଯେ, ଭାଇରସ୍‌ ଚୀନର ଲ୍ୟାବ୍‌ରୁ ସୃଷ୍ଟି ହୋଇଛି ଏବଂ ସେଠାରୁ ହିଁ ବ୍ୟାପିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.