ପୁଣି ଥରେ ଧୋନୀଙ୍କ ସମେତ ପୂରା ଚେନ୍ନାଇ ସୁପରକିଙ୍ଗ୍ସର ହେଲା କରୋନା ଟେଷ୍ଟ, ଆସିଲା ରିପୋର୍ଟ

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୦୧।୦୯:  ଆଇପିଏଲ ୨୦୨୦ ପ୍ରସ୍ତୁତି ପାଇଁ ଏ ପର୍ଯ୍ୟନ୍ତ ପଡିଆକୁ ଓହ୍ଲାଇ ପାରିନଥିବା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଆସିଛି ବଡ ଖବର। ଚେନ୍ନାଇ ସୁପରକିଙ୍ଗ୍ସର ସମସ୍ତ ଖେଳାଳି, ସହାୟକ କର୍ମଚାରୀଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଉଲ୍ଲେଖଯୋଗ୍ୟ, ଚେନ୍ନାଇ ଦଳର ୧୩ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ପୂରା ଦଳକୁ କ୍ଵାରେଣ୍ଟାଇନ୍ କରାଯାଇଥିଲ। ଫଳରେ ଦଳ ଅଭ୍ୟାସ୍‌ ପାଇଁ ମଧ୍ୟ ପଡିଆକୁ ଓହ୍ଲାଇ ପାରିନଥିଲା।

ସୋମବାର ହୋଇଥିବା ନୂତନ କରୋନା ପରୀକ୍ଷଣରେ ସମସ୍ତ ପଜିଟିଭ୍ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଦୀପକ ଚହର ଓ ଋତୁରାଜ ଗାଏକଓ୍ଵାଡ ମଧ୍ୟ କରୋନାରୁ ମୁକ୍ତ ହୋଇଛନ୍ତି।

{"id":323521,"sizeSlug":"large"}

ପୁଣି ଥରେ ହେବ କରୋନା ଟେଷ୍ଟ

ଚେନ୍ନାଇ ସୁପରକିଙ୍ଗ୍ସର ସମସ୍ତ ସଦସ୍ୟଙ୍କ କରୋନା ପରୀକ୍ଷଣରେ ରିପୋର୍ଟ ନେଗେଟିଭ୍ ଆସିଛି। ତଥାପି ଦଳର ଅଭ୍ୟାସକୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ଗୁରୁବାର ଚେନ୍ନାଇର ପୂରା ଦଳର ପୁଣି ଥରେ କରୋନା ପରୀକ୍ଷା କରାଯିବ। ଏହା ପରେ ରିପୋର୍ଟ ଆଧାରରେ ଖେଳାଳିଙ୍କୁ ଅଭ୍ୟାସ ପାଇଁ ଅନୁମତି ମିଳିବ। ଯଦି ଦ୍ଵିତୀୟ ଟେଷ୍ଟରେ ସମସ୍ତ ସଦସ୍ୟ ନେଗେଟିଭ୍ ରୁହନ୍ତି ତେବେ ଧୋନୀଙ୍କ ଦଳ ସେପ୍ଟେମ୍ବର ୫ରେ ଅଭ୍ୟାସ ପାଇଁ ପଡିଆକୁ ଓହ୍ଲାଇବ।

{"id":323522,"sizeSlug":"large"}

ଦୁବାଇ ପହଞ୍ଚିଲେ ଚେନ୍ନାଇର ମ୍ୟାଚ୍ ଓ୍ଵିନର

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ତାରକା ଖେଳାଳି ଫାଫ୍ ଡୁପ୍ଲେସିସ୍, ଲୁଙ୍ଗି ଏନଗିଡି ଓ କାଗିସୋ ରାବାଡା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ପାଇଁ ମଙ୍ଗଳବାର ୟୁଏଇ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡୁପ୍ଲେସିସ୍‌ ଓ ଦ୍ରୁତ ବୋଲର ଏନଗିଡି ଚେନ୍ନାଇ ସୁପରକିଙ୍ଗ୍ସର ଖେଳାଳି ହୋଇଥିବା ବେଳେ ରାବାଡା ଦିଲ୍ଲୀ କ୍ୟାପିଟାଲର। ଏବେ ତିନି ଖେଳାଳିଙ୍କୁ ଛଅ ଦିନିଆ ପୃଥକବାସରେ ରହିବାକୁ ପଡିବ। ତିନି ଖେଳାଳିଙ୍କ କରୋନା ପରୀକ୍ଷଣ ମଧ୍ୟ କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ତିନି ଖେଳାଳି ଅଭ୍ୟାସ ଆରମ୍ଭ କରି ପାରିବେ। ଭାରତର ସମସ୍ତ ଖେଳାଳି ୟୁଏଇ ପହଞ୍ଚି ସାରିଛନ୍ତି ଏବଂ ପୂରା ଦଳ ଛଅ ଦିନିଆ ପୃଥକବାସ୍‌ର ଅବଧି ପୂରା କରି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.