Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ପୁଣି ଥରେ ଦୂଷିତ ହେବାରେ ଲାଗିଲା ଦିଲ୍ଲୀ ପରିବେଶ, ସହରବାସୀଙ୍କ ଉପରେ ରହିଛି ବଡ ବିପଦ

27/09/2020 at 5:34 PM

ନୂଆଦିଲ୍ଲୀ ୨୭।୦୯: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମୌସୁମି ଫେରିବାରେ ବିଳମ୍ବ କାରଣରୁ ଦିଲ୍ଲୀର ବାୟୁ ଗୁଣବତ୍ତା ଉପରେ ଆଗାମୀ ଦିନରେ ବହୁତ ଖରାପ ପ୍ରଭାବ ପଡିପାରେ। ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ରବିବାର ସକାଳ ୯ଟା ୩୦ରେ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ୧୧୬ ରହିଛି, ଯାହା ମଧ୍ୟମ ଶ୍ରେଣୀର। ଶନିବାର ଏହା ୧୬୫ ରହିଥିଲା। ଉଲ୍ଲେଖନୀୟ ୦ ରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ଭଲ, ୫୧ ରୁ ୧୦୦ ମଧ୍ୟରେ ଅକ୍ୟୁଆଇକୁ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ଏକ୍ୟୁଆଇକୁ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଏକ୍ୟୁଆଇକୁ ଖରାପ, ୩୦୧ ରୁ ୪୦୦ ମଧ୍ୟରେ ଏକ୍ୟୁଆଇକୁକ ବହୁତ ଖରାପ ଏବଂ ୪୦୧ରୁ ୫୦୦ ମଧ୍ୟରେ ଏକ୍ୟୁଆଇକୁ ଗମ୍ଭୀର ମାନା ଯାଏ।

ପୃଥ୍ଵୀ ବିଜ୍ଞାନ ମନ୍ତ୍ରଣାଳୟର ବାୟୁ ଗୁଣବତ୍ତା ନୀରିକ୍ଷଣକର୍ତ୍ତା ଏଜେନ୍ସି ‘ସଫର’ ଅନୁଯାୟୀ ଦକ୍ଷିଣ ପଶ୍ଚିମର ଶୁଷ୍କ କ୍ଷେତ୍ରରୁ ଆସୁଥିବା ଧୂଳି ଦିଲ୍ଲୀକୁ ପ୍ରଭାବିତ କରିବା ଆରମ୍ଭ କରି ଦେଇଛି। ଖେତରେ ନଡା ଜଳାଯିବା ଆରମ୍ଭ ହୋଇ ଯାଇଛି। ଏହି ସବୁ କାରଣରୁ ସହରରେ ପ୍ରଦୂଷଣ ବଢିବା ସହିତ ବାୟୁ ଗୁଣବତ୍ତା ପ୍ରଭାବିତ ହେବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀରେ ସୋମବାର ମୌସୁମି ଫେରିପାରେ। ମୌସୁମି ଫେରିବାରେ ବିଳମ୍ବ କାରଣରୁ ଏହି ସପ୍ତାହ ଶେଷ ସୁଦ୍ଧା ବାୟୁର ଗୁଣବତ୍ତା ଉପରେ ନକରାତ୍ମକ ପ୍ରଭାବ ପଡିପାରେ। ନାସାରେ ୟୁନିଭର୍ସିଟି ସ୍ପେସ୍ ରିସର୍ଚ୍ଚ ଆସୋସିଏସନରେ ବରିଷ୍ଠ ବୈଜ୍ଞାନିକ ପବନ ଗୁପ୍ତା କହିଛନ୍ତି ଶନିବାର ପଞ୍ଜାବରେ ଅଗ୍ନିକାଣ୍ଡର ୨୮୦ ଘଟଣା ଘଟିଛି।

ସୂଚନାଯୋଗ୍ୟ, ଗତ ବର୍ଷ ଶେଷ ଆଡକୁ ଦିଲ୍ଲୀରେ ପ୍ରଦୂଷଣସ୍ତର ବହୁତ ଗମ୍ଭୀର ଥିଲା। ବାୟୁର ଗୁଣବତ୍ତା ହ୍ରାସ ହେବା ଲୋକଙ୍କ ସ୍ଵାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥିଲା। ବାୟୁ ଦୂଷିତ ହେବା କାରଣରୁ ଶ୍ଵାସଜନିତ ରୋଗରେ ପୀଡିତ ଲୋକଙ୍କ ପ୍ରତି ବିପଦ ବଢିଥିଲା। ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଦିଲ୍ଲୀରେ ନଡା ଜାଳିବା କାରଣରୁ ପ୍ରଦୂଷଣ ମାତ୍ରା ବଢେ ତେବେ କରୋନା ଭାଇରସ୍‌କୁ ନେଇ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ।

   Related Posts