୪ହଜାର ୬୦୦ ପଏଣ୍ଟ ଉପରକୁ ଚଢିଲା Sensex, ନିଫ୍ଟିରେ ମଧ୍ୟ ଆସିଲା ସୁଧାର

Published By : Prameya-News7 Bureau | December 11, 2020 IST

ମୁମ୍ବାଇ ୧୧।୧୨: ଶୁକ୍ରବାର କାରବାରର ଶେଷ ଦିନ ସେୟାର ବଜାରରେ ବେଶ୍‌ ଅଭିବୃଦ୍ଧି ହାସଲ କରିଛି। ବିଦେଶୀ ପାଣ୍ଠିର ଆଗମନ ଯୋଗୁ ସେୟାର ବଜାରରେ ଅଭିବୃଦ୍ଧି ଦେଖାଦେଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ମୁଖ୍ୟ ଇଣ୍ଡେକ୍ସ ସେନସେକ୍ସ ୦.୩୦ ପ୍ରତିଶତ ଅଭିବୃଦ୍ଧି ସହ ୧୩୯.୧୩ ପଏଣ୍ଟ ଉପରକୁ ଉଠି ୪ ୬୦୯୯.୦୧ ସ୍ତରରେ ପହଞ୍ଚିଥିଲା।

ସେପଟେ ନ୍ୟାସନାଲ ଷ୍ଟକଏକ୍ସଚେଞ୍ଜ(ଏନଏସଇ) ନିଫ୍ଟିରେ ୦.୨୬ ପ୍ରତିଶତ ଅଭିବୃଦ୍ଧି ସହ ସୂଚକାଙ୍କ ୧୩୫୧୩.୮୫ ସ୍ତରରେ ବନ୍ଦ ହୋଇଛି। ଶୁକ୍ରବାର ଶେଷ ହୋଇଥିବା ସପ୍ତାହରେ ୩୦ ସେୟାରଙ୍କ ସେନସେକ୍ସ ୯୨୯.୮୩ ପଏଣ୍ଟ ଅର୍ଥାତ ୨.୧୦ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ହାସଲ କରିଛି। ସେହିପରି ନିଫ୍ଟିରେ ୨.୨୩ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି। ଏଥିରୁ ୨୦୨୦ ବର୍ଷରେ ଇଣ୍ଡେକ୍ସର ହୋଇଥିବା କ୍ଷତି ଭରଣା ହୋଇଯାଇଛି।

୧ ଜାନୁୟରୀ ୨୦୨୦ରେ ଇଣ୍ଡେକ୍ସ ୪୧,୩୦୬.୦୨ ସ୍ତରରେ ବନ୍ଦ ହୋଇଥିଲା। ତେବେ ଏହାର ଅର୍ଥ ନୁହେଁ ଯେ ବଜାରର ଅବସ୍ଥା ସୁଧୁରି ଗଲା। ଆଗକୁ ମଧ୍ୟ ବଜାର ଉପରତଳ ହେବ। ଏଣୁ ନିବେଶକଙ୍କୁ ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ପଡିବ ବୋଲି ବଜାର ବିଶ୍ଲେଷକ ମାନେ  ପରାମର୍ଶ ଦେଇଛନ୍ତି। କାରବାରର ଶେଷ ଦିନରେ ଦିଗ୍ଗଜ କମ୍ପାନୀ ଓଏନଜିସି, ଟାଟା ଷ୍ଟିଲ, ଗେଲ, କୋଲ ଇଣ୍ଡିଆ ଓ ଏନଟିପିସି ଭଳି ସଂସ୍ଥାଙ୍କ ସେୟାର ସବୁଜ ସଙ୍କେତରେ ବନ୍ଦ ହୋଇଛି।

ତେବେ ଏକ୍ସିସ ବ୍ୟାଙ୍କ, ଇଚରମୋଟର୍ସ,ଡିଭିସ ଲ୍ୟାବ, ଆଦାନୀ ପୋର୍ଟସ୍ ଓ ଏମଏଣ୍ଡ ଏମ୍ ସେୟାର ଲାଲ ସଂକେତରେ ବନ୍ଦ ହୋଇଛନ୍ତି। ସେକ୍ଟୋରିଆଲ ଇଣ୍ଡେକ୍ସରେ ଫର୍ମା, ଅଟୋ ଓ ଆଇଟି ଅତିରିକ୍ତ ସମସ୍ତ ସେୟାର ସବୁଜ ସଂକେତକୁ ଉଠିଛନ୍ତି। ଏଥିରେ ରିୟେଲିଟି, ଏଫଏମସିଜି, ମେଟାଲ, ପିଏସୟୁ ବ୍ୟାଙ୍କ, ଫାଇନାନ୍ସ ସର୍ଭିସେସ୍, ଘରୋଇ ବ୍ୟାଙ୍କ ଓ ମିଡିଆ ସେୟାରରେ ସୁଧାର ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.