Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ମୋଦିଙ୍କୁ ଟାର୍ଗେଟ୍ କଲେ ରାହୁଲ, କହିଲେ ଚୀନ୍‌ର ସାମ୍ନା ଦୂରର କଥା ମୋଦି ନାଁ ବି ଧରୁ ନାହାନ୍ତି

6/08/2020 at 9:22 PM

ନୂଆଦିଲ୍ଲୀ ୬।୮: ଭାରତ-ଚୀନ ଉତ୍ତେଜନାକୁ ନେଇ ପୂର୍ବତନ ଏଆଇସିସି ଅଧ୍ୟକ୍ଷ ତଥା ବରିଷ୍ଠ ସାଂସଦ ରାହୁଲ ଗାନ୍ଧି ଗୁରୁବାର ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ ଅପଲୋଡ କରିଥିବା ବେଳେ ଏଥିରେ ‘ଚୀନ୍ କୁ ଭୁଲିଯାଅ’ ବୋଲି ଉଲ୍ଲେଖ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଚୀନର ସାମ୍ନା କରିବାକୁ ସାହାସ ମଧ୍ୟ ନାହିଁ ବୋଲି ଲେଖିଛନ୍ତି ରାହୁଲ। ଯାହା ରାଜନୀତିକୁ ନୂଆ ଖୋରାକ ଯୋଗାଇଛି।

ଚୀନ୍‌ ଅନୁପ୍ରବେଶ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ରିପୋର୍ଟ ସଲଗ୍ନ କରି ପ୍ରଧାନମନ୍ତ୍ରୀ ମିଛ କାହିଁକି କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ରାହୁଲ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ଚୀନ୍‌ର ସାମ୍ନା କରିବା ଦୂରର କଥା ପ୍ରଧାନମନ୍ତ୍ରୀ ତା ନାମ ବି ନେଉ ନାହାନ୍ତି। ତେବେ ପୂର୍ବ ଲଦ୍ଦାଖରେ ପରିସ୍ଥିତି ଏବେ ବି ସମ୍ବେଦନଶୀଳ ଥିବା ପ୍ରତିରକ୍ଷାମନ୍ତ୍ରାଳୟ ସ୍ୱୀକାର କରିଛନ୍ତି। ସେଠାରେ ଚୀନକୁ ତୁରନ୍ତ ଜବାବ ଦେବା ମଧ୍ୟ ଏବେର  ଆବଶ୍ୟକତା।  ତେବେ ପ୍ରଧାନମନ୍ତ୍ରୀ ଏ ଦିଗରେ ମଉନ ରହିବା ରାହୁଲଙ୍କୁ ତାଜ୍ଜୁବ କରିଛି।

ପ୍ରତିରକ୍ଷାମନ୍ତ୍ରାଳୟ ପ୍ରଥମ ଥର ନିଜ ୱେବ୍‌ ସାଇଟ୍‌ରେ ଚୀନ ଅନୁପ୍ରବେଶ ନେଇ ଏଲଏସିର ଏକ ଡକ୍ୟୁମେଣ୍ଟ ଅପଲୋଡ କରିଥିଲେ। ତେବେ ପରେ ତାକୁ ପ୍ରତ୍ୟାହାର କରିନେଇଛନ୍ତି। ତେବେ ଡକ୍ୟୁମେଣ୍ଟ ହଟାଇ ଦେଲେ ସତ୍ୟ ଲୁଚି ଯିବନି ବୋଲି ଉଲ୍ଲେଖ କରିଛନ୍ତି ରାହୁଲ। ସରକାର ଲଦ୍ଦାଖ ସୀମାକୁ ନେଇ ଦେଶକୁ ଭ୍ରମରେ ରଖିଥିବାର ରାହୁଲ ଅଭିଯୋଗ କରିବାକୁ ମଧ୍ୟ ପଛାଇ ନାହାନ୍ତି।

   Related Posts