‘ପିନାକ’ ମିସାଇଲର ପୁଣି ସଫଳ ପରୀକ୍ଷଣ

Published By : Prameya-News7 Bureau | December 20, 2019 IST

ଚାନ୍ଦିପୁର୨୦।୧୨: ‘ପିନାକ’ ମିସାଇଲ ପୁଣି ସଫଳ ପରୀକ୍ଷଣ । ପ୍ରତିରକ୍ଷା ଗବେଷଣା ଓ ବିକାଶସଙ୍ଗଠନ (ଡିଆରଡିଓ) ଦ୍ୱାରା ବିକଶିତ ‘ପିନାକ’ ମିସାଇଲ ସିଷ୍ଟମର ପରୀକ୍ଷଣ ସଫଳ ହୋଇଛି । ଶୁକ୍ରବାର ଦିନ ଏହି ମିସାଇଲକୁ ପରୀକ୍ଷଣ କରାଯାଇଛି ।

{"id":200056,"sizeSlug":"large"}

ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗ ପୃଫ ଏଣ୍ତ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ ଫାୟାରିଂ ଟେଷ୍ଟରେଞ୍ଜରୁ ଶୁକ୍ରବାର ଦିନ ଏହି କ୍ଷେପଣାସ୍ତ୍ର ପିନାକର ପରୀକ୍ଷା କରାଯାଇଛି ।  ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରରେ ୧୨ରୁ ଅଧିକ ରକେଟ ଏକାସଙ୍ଗରେ ବ୍ୟବହାର କରାଯାଇପାରିବ । ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୯୦କିଲୋମିଟର ପର୍ଯ୍ୟନ୍ତ ରହିଛି । ଗୁରୁବାର ଦିନ ମଧ୍ୟ ପିନାକ ମିସାଇଲର ପରୀକ୍ଷଣ କରାଯାଇଥିଲା । ଯାହାକି ଏକ ସଫଳ ପରୀକ୍ଷଣ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.