ମହାନ ଫୁଟବଲର ପେଲେ ତାଙ୍କର ୩ ପତ୍ନୀଙ୍କ ପ୍ରତି ନଥିଲେ ବିଶ୍ୱସ୍ତ, ସେ ଜାଣନ୍ତିନି ତାଙ୍କର କେତେ ସନ୍ତାନ
23/02/2021 at 6:25 PM

ବିଶ୍ୱର ମହାନ ଫୁଟବଲରଙ୍କ ମଧ୍ୟରେ ଗଣାଯାଉଥିବା ବ୍ରାଜିଲିୟ ଫୁଟବଲର ପେଲେ ଏବେ ପୁଣି ଚର୍ଚ୍ଚାରେ। ତାଙ୍କର ସ୍ୱୀକାରୋକ୍ତି ହିଁ ତାଙ୍କୁ ପୁଣି ଚର୍ଚ୍ଚିତ କରିଛି। ଯେଉଁଥିରେ ସେ ୩ ଥର ବିବାହ କରିଥିଲେ ବି ପତ୍ନୀମାନଙ୍କ ପ୍ରତି କେବେବି ବିଶ୍ୱସ୍ଥ ନଥିଲେ ବୋଲି କହିଛନ୍ତି। ବୈବାହିକ ଜୀବନରେ ମଧ୍ୟ ତାଙ୍କର ବିବାହୋତ୍ତର ସମ୍ପର୍କ ଉପରୁ ପର୍ଦା ହଟାଇଛନ୍ତି। ଏଣୁ ତାଙ୍କ ମୋଟ ସନ୍ତନ ସନ୍ତତିଙ୍କ ସଂଖ୍ୟା ମଧ୍ୟ ସେ ସଠିକ ଜାଣି ନଥିବା କହିଛନ୍ତି।

ନେଟଫ୍ଲିକ୍ସ ଡକ୍ୟୁମେଣ୍ଟ୍ରିରେ ପେଲେ ତାଙ୍କ ଜୀବନର ଅନେକ ଅଶ୍ରୁତ ଅଧ୍ୟାୟ ଉନ୍ମୁକ୍ତ କରିଦେଇଛନ୍ତି। ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପେଲେ କହିଛନ୍ତି ଯେ ବିଶ୍ୱସ୍ଥତାର ସହ କହିଲେ ମୋର ଅନେକ ଆଫେୟାର୍ସ ଥିଲା। ଏଥିରୁ କେତେକ ସମ୍ପର୍କରୁ ପିଲା ମଧ୍ୟ ଜନ୍ମ ହୋଇଥିବା ସେ କହିଛନ୍ତି। ହେଲେ ଏ ସମ୍ପର୍କରେ ସେ ପରେ ଜାଣିବାକୁ ପାଇଥିଲେ। ଏଣୁ ସେ ତାଙ୍କ ଔରଷରୁ ଜନ୍ମିତ ସନ୍ତାନସନ୍ତତିଙ୍କୁ ନେଇ ବିଶେଷ କିଛି ଜାଣନ୍ତି ନାହିଁ ବୋଲି କହିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ତେବେ ପେଲେଙ୍କ ଚାରିତ୍ରିକ ତ୍ରୁଟି ସମ୍ପର୍କରେ ତାଙ୍କର ସମସ୍ତ ପତ୍ନୀ ଓ ମହିଳା ବାନ୍ଧବୀମାନେ ଅଜ୍ଞ ନଥିଲେ। ତାଙ୍କର ପ୍ରଥମ ପତ୍ନୀ ତଥା ପ୍ରେମିକା ଏ ସମ୍ପର୍କ ସବୁ ଜାଣିଥିଲେ ବୋଲି କହିଛନ୍ତି। ତେବେ ସବୁଠୁ ବଡ଼ କଥା ହେଲା ପେଲେ କେବେ ମିଛ କହନ୍ତି ନାହିଁ। ସୂଚନା ଯୋଗ୍ୟଯେ ପେଲେ ତିନିଥର ବିବାହ କରିଛନ୍ତି। ଏହି ସବୁ ବୈବାହିକ ସମ୍ପର୍କରୁ ତାଙ୍କର ମୋଟ ୭ଟି ସନ୍ତାନ ଅଛନ୍ତି। ଯେଉଁମାନଙ୍କ ମଧ୍ୟରେ ସାନ୍ଦ୍ରା ମେକାଡେ ମଧ୍ୟ ସାମିଲ । ହେଲେ ସାନ୍ଦ୍ରାଙ୍କୁ କେବେବି ଝିଅ ସ୍ୱୀକାର କରି ନାହାନ୍ତି ପେଲେ। ବାସ୍ତବରେ ପେଲେଙ୍କ ଘରର ଚାକରାଣୀଙ୍କ ଝିଅ ହେଉଛନ୍ତି ସାନ୍ଦ୍ରା।