ପୁଣି ଇଣ୍ଟରନେଟ୍ outage, ୯ ଦିନରେ ଦ୍ୱିତୀୟବାର, ଆର୍ଥିକ ଓ ବିମାନ ସଂସ୍ଥା ଗୁରୁତର ପ୍ରଭାବିତ

Published By : Prameya-News7 Bureau | June 17, 2021 IST

ନୂଆଦିଲ୍ଲୀ ୧୭।୬: କରୋନା କାଳରେ ବିଶ୍ୱ ଲାଗି ଇଣ୍ଟରନେଟ୍‌ ଆଉଟେଜ ନୂଆ ସମସ୍ୟା ଭାବେ ଉଭା ହୋଇଛି। ବିଶ୍ୱରେ ଇଣ୍ଟରନେଟ୍‌ ପ୍ରଚଳନ ଦିନରୁଏ ପର୍ଯ୍ୟନ୍ତ କେବେବି ଏପରି ଅଚଳାବସ୍ଥା ଦେଖା ଯାଇ ନାହିଁ ଯାହା ଜୁନ୍‌ ମାସରେ ହୋଇଛି। ଗତ ୮ ତାରିଖ ଦିନ ଅଚାନକ ବିଶ୍ୱର ଏକ ବୃହତ୍ତ ଭାଗ ଦୀର୍ଘ ସମୟ ଧରି ଇଣ୍ଟରନେଟ୍‌ ସେବାରୁ ବଞ୍ଚିତ ହୋଇଥିଲା। ତେବେ କିଛି ଘଣ୍ଟା ପରେ ପୁଣି ସବୁ ଠିକ୍‌ ହୋଇଯାଇଥିଲା। ଘଟଣାକୁ ୯ଦିନ ପୁରିନି ଜୁନ୧୭ ତାରିଖରେ ପୁଣି ଇଣ୍ଟରନେଟ୍‌ ଆଉଟେଜ ଏବେ ଚିନ୍ତାର ବିଷୟ ପାଲଟିଛି।

ଗୁରୁବାର ଇଣ୍ଟରନେ୍ଟ୍‌ ଅଚଳ ହେବାରୁ ହଙ୍ଗକଙ୍ଗ ଏକ୍ସଚେଞ୍ଜ ଏଣ୍ଡ କ୍ଲିୟରିଂ ଲିମିଟେଡ, ଅଷ୍ଟ୍ରେଲିଆ ସେଣ୍ଟ୍ରାଲ ବ୍ୟାଙ୍କ, ସାଉଥ ୱେଷ୍ଟ ଏୟାରଲାଇନ କୋ, ଡେଲ୍ଟା ଏୟାରଲାଇନ୍ସ ଇଂକ୍ ଆଦି ଗୁରୁତର ପ୍ରଭାବିତ ହୋଇଛନ୍ତି। ଗତଥର ଫାଷ୍ଟଲି ଯୋଗୁ ଇଣ୍ଟରନେଟ୍‌ ଆଉଟେଜ ଭଳି ସମସ୍ୟା ଉପୁଜିଥିବାର କୁହାଯାଇଥିଲା। ତେବେ ଏଥର ଉପୁଜିଥିବା ସମସ୍ୟା ସହ ଫାଷ୍ଟଲିର କୌଣସି ସମ୍ପର୍କ ନାହିଁ। ଏଠାରେ ଇଣ୍ଟରନେଟ୍‌ ସେବା ଉପଲବ୍ଧ କରିଥିବା ଆକାମାଇ ଟେକ୍ନୋଲଜିସ୍‌ ଲିମିଟେଡଙ୍କ ଯୋଗୁ ଉପୁଜିଥିବାର ଜଣାପଡିଛି।

{"id":467406,"sizeSlug":"large","linkDestination":"none"}

ତେବେ ପ୍ରାୟ ୧ ଘଣ୍ଟା ପରେ ପୁଣି ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଥିଲା। ତେବେ ଉପୁଜିଥିବା ପରିସ୍ଥିତିରେ ଅଷ୍ଟ୍ରେଲିଆ ରିଜର୍ଭ ବ୍ୟାଙ୍କ ଗୁରୁବାର ବଣ୍ଡ କିଣାବିକା କାର୍ଯ୍ୟକ୍ରମ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି।  ବ୍ୟାଙ୍କ ଏଥିପାଇଁ ବୈଷୟିକ ତ୍ରୁଟି ଜନିତ କାରଣ ସୂଚିତ କରିଛନ୍ତି। ହେଲେ କଣ ପାଇଁ ବିଶ୍ୱର ଏକ ବୃହତ୍ତ ଭାଗରେ ପୁଣି ଇଣ୍ଟରନେଟ୍‌ ସଂଯୋଗ ବିଛିନ୍ନ ହେଲା ସେ ନେଇ ଆକାମାଇ କୌଣସି ସ୍ପଷ୍ଟିକରଣ ଦେଇ ନାହାନ୍ତି। ଗତ ଥର ଫାଷ୍ଟଲିଙ୍କ ସଫ୍ଟୱେରରେ ତ୍ରୁଟି ଥିଲା। ଫାଷ୍ଟଲି ମାତ୍ର ୪୬ ମିନିଟ୍‌ରେ ତ୍ରୁଟି ସୁଧାର କରି ପୁଣି ସେବା ବହାଲ କରିଦେଇଥିଲେ। ହେଲେ ଆକାମାଇ ପ୍ରସଙ୍ଗରେ ନିରବତା ଅବଲମ୍ବନ କରିବା ନୂଆ ଚିନ୍ତା ଉଦ୍ରେକ କରିଛି।

ତେବେ ଘଣ୍ଟାକ ପାଇଁ ହେଉ ପଛେ ୱେବ୍ ସାଇଟ୍‌ ଟ୍ରାକର ଡାଉନ ଡିଟେକ୍ଟର ଡଟ୍‌ କମ୍‌ ଏଥିପାଇଁ ହଜାର ହଜାର ଅଭିଯୋଗ ଜମାହୋଇଯାଇଥିଲା। ବିଶେଷ କରି ଡେଲ୍ଟା ଏୟାରଲାଇନ୍‌ ଓ ସାଉଥ୍ ୱେଷ୍ଟ ଏୟାରଲାଇନ କୋର ୱେବ୍ ସାଇଟ ବନ୍ଦ ରହିବା ଯୋଗୁ ଲୋକେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.