କରୋନା ସଂକ୍ରମଣରେ ପଛରେ ପଡିଲା ବ୍ରାଜିଲ, ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ

Published By : Prameya-News7 Bureau | April 12, 2021 IST

ନୂଆଦିଲ୍ଲୀ ୧୨।୪: ଭାରତରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬୮ ହଜାର ୯୧୨ରେ ପହଞ୍ଚିବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୩୫ଲକ୍ଷ ୨୭ ହଜାର ୭୧୭କୁ ଛୁଇଁଛି। ଫଳରେ ଆମେରିକା ପରେ ଭାରତ ପୁଣି କରୋନା ସଂକ୍ରମଣରେ ଦ୍ୱିତୀୟ ସ୍ଥାନକୁ ଉଠିଛି। ବିଶ୍ୱରେ ଆମେରିକା କରୋନା ଦ୍ୱାରା ଗୁରୁତର ପ୍ରଭାବିତ ହୋଇଛି। ଏହା ପଛକୁ ବ୍ରାଜିଲ ଥିଲା। ହେଲେ ଏବେ ସେହି ସ୍ଥାନରେ ଭାରତ ପହଞ୍ଚିୟିବା ଚିନ୍ତାର କାରଣ ପାଲଟିଲାଣି।

{"id":437372,"width":832,"height":468,"sizeSlug":"large","linkDestination":"none"}

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ରାଜିଲକୁ ବି ପାର କରିଯାଇଛି। ବ୍ରାଜିଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୪ଲକ୍ଷ ରହିଛି। ତେବେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୫ଲକ୍ଷ ପାର ହୋଇଗଲାଣି। ଏଥିରେ ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟିରୁ ବି ଊର୍ଦ୍ଧ୍ୱ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ତଥ୍ୟ ଏବେ ଡରାଇଲାଣି। ଦେଶରେ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯୦ ପ୍ରତିଶତରୁ ବି ତଳକୁ ଖସିଲାଣି।

{"id":437373,"sizeSlug":"large","linkDestination":"none"}

ଭାରତରେ ଏବେ ଚିକିତ୍ସାଧିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ୧୨ ଲକ୍ଷରୁ ଉପରକୁ ଉଠିଛି। ଏଥିରୁ ୯୦୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଯୋଗୁ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୦ ହଜାର ୭୯ରେ ପହଞ୍ଚିଛି। ଲଗାତାର ୩୩ ଦିନ ଧରି ଦେଶରେ ସଂକ୍ରମଣ ଜାରି ରହିଛି। ଏଣୁ ଅସୁସ୍ଥଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି। ସୁସ୍ଥତା ହାର ହ୍ରାସ ହୋଇ ୮୯.୮୬ ପ୍ରତିଶତକୁ ଖସିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.