Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

କେବଳ ଟ୍ରେନ ନୁହେଁ ବସ୍ ଓ ବିମାନରେ ବି ଏଣିକି ମିଳିବ ମାଟିପାତ୍ରରେ ଚା

25/08/2019 at 9:21 PM

ମାଟି ପାତ୍ରରେ ଚା ପିଇବାର ମଜା ବାସ୍ତବରେ ପୃଥକ। କୋଲକାତା ଯେଉଁମାନେ ଯା ଆସ କରୁଥିବେ ଟ୍ରେନରେ ସେମାନେ ଏଭଳି ପାତ୍ରରେ ଚା କିଣି ପିଇଥିବେ। କେବଳ କୋଲକାତା କାହିଁକି ବନାରସରେ ବି ଏଭଳି ପାତ୍ରରେ  ଦୋକାନୀ ଚା ପରସି ଥାନ୍ତି। ତେବେ ସମୟ ପରିବର୍ତ୍ତନ ସହ ବ୍ୟବସାୟର ଅଦବ କାୟଦା ବି ବଦଳିଛି। କେଉଁଠି କାଚ ଗ୍ଲାସ ତ କେଉଁଠି ଡିସପୋଜେବଲ ଗ୍ଲାସରେ ଚା ମିଳୁଛି। ହେଲେ କେନ୍ଦ୍ର ସରକାରଙ୍କ ଏହି ଆଇନ ପରେ ଏବେ ଦେଶର ସବୁ ସ୍ଥାନରେ  ମାଟି ପାତ୍ରରେ ମିଳିବ ଚା।

ମେକ୍-ଇନ-ଇଣ୍ଡିଆ ଯୋଜନାରେ ସ୍ଥାନୀୟ କୁମ୍ଭାରମାନଙ୍କୁ ପୁଣି କାମ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏ ନେଇ କେନ୍ଦ୍ର ସଡ଼କ ପରିବହନ, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗମନ୍ତ୍ରୀ ନୀତିନ ଗଡକରି ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ପତ୍ରଲେଖି ୧ଶହ ରେଳ ଷ୍ଟେସନରେ ଚା ପାଇଁ ମାଟି ପାତ୍ର ଅନିବାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ  ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦନ ବୃଦ୍ଧି ଲାଗି  ମାଟିପାତ୍ର ନିର୍ମାଣ ପାଇଁ ଆବଶ୍ୟକ ସାହାଜ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ କହିଛନ୍ତି ଗଡକରି।

ଖଦି ଓ ଗ୍ରାମୋଦ୍ୟଗ କମିଶନର ବିନୟକୁମାର ସକ୍ସେନା କହିଛନ୍ତି ଯେ ଏ ଦିଗରେ କାର୍ଯ୍ୟ ପୂର୍ବରୁ ତ୍ୱରାନ୍ୱିତ ହୋଇ ସାରିଛି। ଗତବର୍ଷ କୁମ୍ଭାରମାନଙ୍କୁ ଚା ପାଇଁ ମାଟି ପାତ୍ର ନିର୍ମାଣ ନିମନ୍ତେ ୧୦ ହଜାର ବିଦ୍ୟୁତ ଚକ ପ୍ରଦାନ କରାଯାଇଥିଲା। ଚଳିତବର୍ଷ ଏଥିରେ ୨୫ ହଜାର ଅଧିକ ଚକ ପ୍ରଦାନ ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଇଛି।

   Related Posts