Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ରିପବ୍ଲିକାନ ପାର୍ଟି ପକ୍ଷରୁ ଦ୍ୱିତୀୟବାର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଡୋନାଲ୍ଡ ଟ୍ରମ୍ପ

28/08/2020 at 6:13 PM

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩ ନଭେମ୍ବର ନିର୍ବାଚନ ଲାଗି ଅଧିକାରୀକ ଭାବେ ତାଙ୍କ ପ୍ରାର୍ଥୀତ୍ୱ ସ୍ୱୀକାର କରିଛନ୍ତି। ହ୍ୱାଇଟ୍ ହାଉସ୍ ସାଉଥ ଲନରେ ଟ୍ରମ୍ପ ଏହି ସୂଚନା ଦେଇଥିବା ବେଳେ ନିର୍ବାଚନ ଲାଗି ଦେଶବାସୀଙ୍କୁ ନିବେଦନ କରିଛନ୍ତି।  ଭାଷଣରେ ଟ୍ରମ୍ପ ତାଙ୍କର ‘ଆମେରିକା ଫାଷ୍ଟ’ ନୀତି ଉପରେ ପ୍ରାଥମିକତା ଦେଇଥିବା ବେଳେ ଡେମୋକ୍ରାଟିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କୁ କଠୋରପନ୍ଥୀ ବୋଲି କହିଛନ୍ତି।

ଟ୍ରମ୍ପ ଆମେରିକୀୟଙ୍କୁ ତାଙ୍କ ଅପିଲରେ ଡେମୋକ୍ରାଟିକ୍‌ ପାର୍ଟି ଓ ତାର ପ୍ରାର୍ଥୀ ଆମେରିକାକୁ ଏକ ରାସିଷ୍ଟ ଦେଶ ଭାବେ ଦେଖୁଥିବା କହିଛନ୍ତି। ଏଭଳି ମାନସିକତାରେ କିଏ କିପରି ନେତୃତ୍ୱ ନେଇପାରିବେ ବୋଲି ପ୍ରଶ୍ନ କରିଛନ୍ତି ଟ୍ରମ୍ପ। ସମାଜବାଦ ଲାଗି ବିଡେନ ଟ୍ରୋଜନ ହର୍ସଠାରୁ କମ୍ ନୁହନ୍ତି ବୋଲି ଟ୍ରମ୍ପ କହିଥିଲେ। ନିକଟରେ ହୋଇଥିବା ଦଙ୍ଗା ଓ କେତେକ ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧର ଉଦାହରଣ ଦେଇ ବିଡେନ ଯଦି କ୍ଷମତାକୁ ଆସନ୍ତି ଆମେରିକୀୟଙ୍କ ସୁରକ୍ଷା ଆହୁରି ବିପଦରେ ପଡିପାରେ ବୋଲି ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି।

ତେବେ ଦେଶରେ କୋଭିଡ-୧୯କୁ ନେଇ ଉପୁଜିଥିବା ପରିସ୍ଥିତିକୁ ନେଇ ଟ୍ରମ୍ପ ସାମାନ୍ୟ ଅସମଞ୍ଜସ ହୋଇପଡିଥିଲେ। ହେଲେ ଟ୍ରମ୍ପ ଚିକିତ୍ସା ଯୋଗାଣ ଓ ଉପକରଣ ନିର୍ମାଣରେ ବିଳମ୍ବ ଦର୍ଶାଇ ନିଜକୁ ରକ୍ଷା କରିଥିଲେ। ତେବେ ବର୍ଷ ଶେଷ ହେବା ପୂର୍ବରୁ ଆମେରିକା ଟିକା ପ୍ରସ୍ତୁତ କରିସାରିଥିବ ବୋଲି ଟ୍ରମ୍ପ ଉପସ୍ଥିତ ଜନସାଧାରଣଙ୍କୁ ଆଶ୍ୱସ୍ତ କରିବାକୁ ଉଦ୍ୟମ କରିଥିଲେ।

ତେବେ ଟ୍ରମ୍ପ ତାଙ୍କ ଭାଷଣରେ ବିଡେନଙ୍କୁ ଆକ୍ଷେପ କରିଥିଲେ ହେଁ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ଲାଗି ଗୋଟିଏ ବି ଶବ୍ଦ ଉଚ୍ଚାରଣ କରିନାହାନ୍ତି। ତାଙ୍କର ଏହି ଭାଷଣରେ ଅଧିକାଂଶ ଘରୋଇ ସମସ୍ୟାକୁ ପ୍ରାଧାନ୍ୟ ଦେଇଥିଲେ। ସେହିପରି ବୈଦେଶିକ ନୀତିକୁ ନେଇ କୌଣସି ସୂଚନା ଦେଇନଥିବା ବେଳେ ରଣନୈତିକ ପଦକ୍ଷେପ ମଧ୍ୟ ଘୋଷଣା କରିନାହାନ୍ତି। ତେବେ ଚୀନ୍‌ର ଆର୍ଥିକ ଶୋଷଣ ସମାପ୍ତ କରିବା ଓ ସେଠାରୁ ଚାକିରୀ ଫେରାଇ ଆଣିବା ଉପରେ ଟ୍ରମ୍ପ ଭାଷଣରେ ଗୁରୁତ୍ୱ ଦେଇଛନ୍ତି।   

   Related Posts