Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଷ୍ଟାଡିୟମକୁ ଫେରିଲା କ୍ରିକେଟ୍, ଖେଳାଗଲା ଇଂଲଣ୍ଡ vs ୱେଷ୍ଟଇଣ୍ଡିଜ୍ ଟେଷ୍ଟ

8/07/2020 at 7:08 PM

ସାଉଥମ୍ପଚନ୍:  କରୋନା ମହାମାରୀ ଯୋଗୁ ବନ୍ଦ ହୋଇଯାଇଥିବା କ୍ରିକେଟ୍ ପୁଣି ଷ୍ଟାଡିୟମକୁ ଫେରିଛି। ସାଉଥମ୍ପଟନ୍‌ରେ ବୁଧବାର ଠାରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌  ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ମ୍ୟାଚ୍‌ରେ ଟସ୍ ଜିତି ଇଂଲିସ୍ କ୍ୟାପ୍ଟେନ୍‌ ବେନ୍‌ ଷ୍ଟୋକ୍ସ ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ବର୍ଷା ଯୋଗୁ ଖେଳ କିଛି ସମୟ ଲାଗି ବାଧିତ ହୋଇଥିଲେ ବି ପରେ ଆରମ୍ଭ ହୋଇଥିବା ବେଳେ ବିନା ଦର୍ଶକରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି।

ଇଂଲଣ୍ଡ କ୍ୟାପ୍ଟେନ୍‌ ଜୋ ରୁଟ୍‌ ଦ୍ୱିତୀୟ ସନ୍ତାନର ଜନକ ହୋଇଛନ୍ତି। ଏଣୁ ରୁଟ୍‌ଙ୍କ ବଦଳେ ଷ୍ଟୋକ୍ସ ଦଳର ନେତୃତ୍ୱ ନେଉଥିବା ବେଳେ ଟିମ୍‌ର ୮୧ତମ ଅଧିନାୟକ ହୋଇଛନ୍ତି। ଏଣ୍ଡ୍ର୍ୟୁ ଫ୍ଲିଣ୍ଟଫଙ୍କ ପରେ ଷ୍ଟୋକ୍ସ ଦଳର ଅଧିନାୟକ ହେବାରେ ଦ୍ୱିତୀୟ ଅଲରାଉଣ୍ଡର। ତେବେ କଳାଗୋଲା ବର୍ଣ୍ଣ ବିଦ୍ୱେଷକୁ ନେଇ ଉପୁଜିଥିବା ପରିସ୍ଥିତିରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ଟିମ୍‌ ଉଭୟ ‘ବ୍ଲାକ୍‌ ଲାଇଫ ମ୍ୟଟର୍ସ’ ଆନ୍ଦୋଳନ ସମର୍ଥନରେ ଷ୍ଟାଡିୟମକୁ ଓହ୍ଲାଇଥିବା ଜଣାପଡିଛି। ଆନ୍ଦୋଳନ ସମର୍ଥନରେ ଉଭୟ ଟିମ୍‌ର ଖେଳାଳିମାନେ ସେମାନଙ୍କ ଜର୍ସିରେ ଆନ୍ଦୋଳନର ଲୋଗୋ ଲଗାଇ ଖେଳୁଥିବା ଦେଖାଯାଇଛି।

କରୋନା ସଂକ୍ରମଣ ଯୋଗୁ ଇଂଲଣ୍ଡ ଟିମ୍‌ ଗତ ମାର୍ଚ୍ଚ ମାସରେ ଶ୍ରୀଲଙ୍କା ଗସ୍ତ ବାତିଲ କରିଥିଲା। ସେହିପରି ୱେଷ୍ଟଇଣ୍ଡିଜ୍‌ ସହ ଜୁନ୍‌ ମାସରେ ସିରିଜ୍ ଚୂଡାନ୍ତ ହୋଇଥିଲେ ହେଁ ତାହା ଏପର୍ଯ୍ୟନ୍ତ ଖେଳାଯାଇପାରିନଥିଲା। ସାଉଥମ୍ପଟନ ଓ ମଞ୍ଚେଷ୍ଟରରେ ବାୟୋ ସୁରକ୍ଷିତ ଷ୍ଟାଡିୟମରେ ଏହି ସିରିଜ ଖେଳାଯିବ। ଏଥିଲାଗି ୱେଷ୍ଟଇଣ୍ଡିଜ୍‌ ଟିମ୍‌ ଇଂଲଣ୍ଡରେ ପହଞ୍ଚିବା ପରେ ଆଇସୋଲେସନରେ ଥିଲା। ଓଲ୍ଟ ଟ୍ରାଫୋଲ୍ଡରେ ଆଇସୋଲେସନ ଶେଷ ହେବା ପରେ ଟିମ୍‌ ଖେଳିବାକୁ ଷ୍ଟାଡିୟମକୁ ଆସିଛି।

ଏହି ଟେଷ୍ଟ ସିରିଜରେ ବଲ୍‌କୁ ଖେଳାଳି ଛେପ ପକାଇବେ ନାହିଁ ବୋଲି ନିୟମ କରାଯାଇଛି। ସେହିପରି କୌଣସି ନ୍ୟୁଟ୍ରଲ ଦେଶର ଅମ୍ପାୟାରଙ୍କ ବଦଳେ ପ୍ରଥମ ଥର ଇଂଲଣ୍ଡ ଅମ୍ପାୟାରମାନେ ମ୍ୟାଚ୍‌ରେ ଅମ୍ପାୟାରିଂ କରୁଛନ୍ତି।  ସେହିପରି ବିନା ଦର୍ଶକରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେଉଛି। ୧୯୮୮ ମସିହା ପରେ ଇଂଲଣ୍ଡକୁ ଥରଟିଏ ବି ହରାଇପାରିନି ୱେଷ୍ଟ ଇଣ୍ଡିଜ୍‌ । କେବଳ ୨୦୧୯ ଖେଳାଯାଇଥିବା ଭିଡନ ଟ୍ରଫିରେ ଇଂଲଣ୍ଡ ୨-୧ରେ ୱେଷ୍ଟଇଣ୍ଡିଜ୍‌ ନିକଟରୁ ହାରିଥିଲା। ମ୍ୟାଚ୍‌ ଆରମ୍ଭ ହୋଇଥିବା ବେଳେ ଇଂଲଣ୍ଡ ପକ୍ଷରୁ ଜୋ ଡେନଲେ ଓ ରୋରି ବର୍ଣ୍ଣସ୍ ଓପ୍ନିଂ କରିଛନ୍ତି।

   Related Posts