ପୁଣି ବାଟ ଓଗାଳିଲା ଚୀନ୍ : ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷଣାରେ କେଁ ପୁରାଇଲା ଚୀନ୍, କହିଲା କାହିଁକି ଆତଙ୍କୀ ତାଲିକାଭୁକ୍ତ ହେବ ଦିଅ ପ୍ରମାଣ

Published By : Prameya-News7 Bureau | March 14, 2019 IST

ନୂଆଦିଲ୍ଲୀ ୧୪|୩ : ମାସୁଦ ଆଝାର ପାଇଁ ପୁଣି ଚୀନର ଓକିଲାତି, ପୁଣି ବାଟ ଓଗାଳିଲା ଚୀନ । କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଜାତିସଂଘ ସୁରକ୍ଷା ପରିଷଦ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପୁଣି ଥରେ ବିଫଳ । ଚୀନର ମାସୁଦ ପ୍ରୀତି ଯୋଗୁଁ ବିଶ୍ୱ ଆତଙ୍କବାଦୀ ପ୍ରସ୍ତାବକୁ ବିରୋଧ କରିଛି ଚୀନ୍ ।

{"id":93390}

ଚୀନର ଭିଟୋ ପ୍ରୟୋଗ ଯୋଗୁଁ ମାସୁଦକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କାଟ୍  ଖାଇଯାଇଛି । ଫ୍ରାନ୍ସ, ଆମେରିକା ଓ ବ୍ରିଟେନ୍  ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଫେବୃଆରୀ ୨୭ରେ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରିଥିଲେ । ଚୀନ ହେଉଛି ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ।

{"id":93392}

ସେ ତା’ର ଭିଟୋ କ୍ଷମତା ବ୍ୟବହାର କରି ପୂର୍ବରୁ ଅନେକ ଥର ଭାରତ ଓ ଅନ୍ୟ ସଦସ୍ୟଙ୍କ ପକ୍ଷରୁ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ନେଇ ହୋଇଥିବା ନିଷ୍ପତ୍ତି ଉପରେ ରୋକ ଲଗାଇ ସାରିଛି । ଚୀନ ବାରମ୍ବାର ସେହି ଗୋଟାଏ କଥା କହି ଚାଲିଛି ଯେ ସମାଧାନ ସମସ୍ତଙ୍କୁ ସୁହାଇବା ଭଳି ହେବା ଉଚିତ । ଏଥର ମାସୁଦକୁ ଚୀନ ସୁରକ୍ଷା ଦେବା ସହିତ ମାସୁଦକୁ କଣ ପାଇଁ ଅନ୍ତର୍ଜତୀୟ ଆତଙ୍କୀ ଘୋଷଣା କରାଯିବ ସେଥି ପାଇଁ ପ୍ରମାଣ ମଧ୍ୟ ମାଗିଛି ।

ଏପଟେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ରୋକଠୋକ ଶୁଣାଇ କହିଛନ୍ତି, ପାକିସ୍ତାନ ଯେପର୍ଯ୍ୟନ୍ତ ନିଜ ମାଟିରେ ଆତଙ୍କବାଦୀଙ୍କୁ ସହାୟତା ଦେଉଥିବ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା କରିବା ସମ୍ଭବ ନୁହେଁ । ଯଦି ଇମ୍ରାନ ଖାନ ଏତେ ଉଦାର ତେବେ ଭାରତକୁ ମାସୁଦ ଆଜହରକୁ ହସ୍ତାନ୍ତର କରିବା ପାଇଁ ପାକିସ୍ତାନକୁ ଆହ୍ବାନ ଦେଇଛନ୍ତି ସୁଷମା । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଆଇଏସଆଇ ଓ ସେନାକୁ ନିଜ ନିୟନ୍ତ୍ରଣରେ ରଖୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.