Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଏଥର ବି କରୋନା କଟକଣାରେ ହେବ ରଥଯାତ୍ରା ! ବଡଦାଣ୍ଡରେ ରହିବେନି ଭକ୍ତ, ସେପଟେ ରଥଖଳା ଚଳଚଞ୍ଚଳ

4/06/2021 at 6:40 PM

ପୁରୀ ୦୪।୦୬: ପୁରୀରେ ରଥ ନିର୍ମାଣ ଆଗେଇ ଚାଲିଥିବା ବେଳେ ବାହାର ଚନ୍ଦନଯାତ୍ରା ଶେଷ ହୋଇଛି। କାଲିଠାରୁ ଭିତର ଚନ୍ଦନଯାତ୍ରା ଆରମ୍ଭ ହେବ। ଏଥର ମଧ୍ୟ କରୋନା କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହେବ। ସ୍ନାନ ଯାତ୍ରା ଠାରୁ ନୀଳାଦ୍ରି ବିଜେ ଶ୍ରୀଜଗନ୍ନାଥଙ୍କ ସବୁ ରୀତିନୀତି ପାଳନ କରାଯିବ କିନ୍ତୁ ଏଥିରେ ସାଧାରଣ ଭକ୍ତଙ୍କୁ ପୁରୀକୁ ଛଡ଼ାଯିବ ନାହିଁ।

ଏଥର ବି କରୋନା କଟକଣାରେ ହେବ ରଥଯାତ୍ରା। ଢଳି ଢଳି ପହଣ୍ଡି କରି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀ ଜଗନ୍ନାଥ କିନ୍ତୁ ଦାଣ୍ଡରେ ରହିବେନି ଲକ୍ଷ ଲକ୍ଷ ଭକ୍ତ। ଚକାନୟନ ସହିତ ମିଶିବନି ଭକ୍ତର ଆଖି। କି ରଥ ଦଉଡ଼ିକୁ ଅଣ୍ଟାରେ ଭିଡ଼ିବନି ଭକ୍ତ। କରୋନା କଟକଣା ବଳବତ୍ତର ରହିବ। ଆଉ କଟକଣା ଭିତରେ ଶ୍ରୀକ୍ଷେତ୍ରରେ ଆୟୋଜିତ ହେବ ରଥଯାତ୍ରା। ନ୍ୟୁଜ ସେଭେନକୁ ମିଳିଥିବା ସୂଚନା ଅନୁସାରେ ଗତବର୍ଷ ଯେଉଁଭଳି ଡଙ୍ଗରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା

ସେହିଭଳି ଭାବେ ଏଥର ରଥଯାତ୍ରା ଆୟୋଜନ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ତେବେ ନିରାଶ ହେବେ ନାହିଁ ଭକ୍ତ ସମୁହ। ୨୪  ତାରିଖରେ ସ୍ନାନ ଯାତ୍ରା, ୧୨ ତାରିଖରେ ଗୁଣ୍ଡିଚା ଯାତ, ୨୦ ତାରିଖରେ ବାହୁଡ଼ା ଯାତ ୨୧ ତାରିଖରେ ସୁନାବେଶ ଏବଂ ୨୩ ତାରିଖରେ ନୀଳାଦ୍ରି ବିଜେ ଯାଏଁ ରଥଯାତ୍ରାର ସମସ୍ତ ପର୍ବର ଟିକିନିଖି କାର୍ଯ୍ୟକ୍ରମ ଟିଭିରେ ଉପଲବ୍ଧ ହେବ। ଏଥିସହିତ ୟୁଟ୍ୟୁବ ଏବଂ ଅନ୍ୟ ସୋସିଆଲ ମିଡିଆରେ ମଧ୍ୟ ଦେଶ ବିଦେଶର ଲୋକମାନେ ଦେଖିପାରିବେ ରଥଯାତ୍ରା।

ଏବେ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା ଚାଲିଛି। ବାହାର ଚନ୍ଦନ ଯାତ୍ରା ସରିଥିବା ବେଳେ କାଲିଠାରୁ ଚାଲିବ ଭିତର ଚନ୍ଦନ ଯାତ୍ରା। ସେପଟେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ତିନି ରଥର ୪୨ଟି ଚକ ମଧ୍ୟରୁ ୨୧ଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ କାମରେ ଲାଗିଛନ୍ତି ୧୮୮ସେବାୟତ। ପରମ୍ପରା ମୁତାବକ ୨୪ ତାରିଖ ଦେବସ୍ନାନ ପୂର୍ଣ୍ଣମୀରେ ରଥର ଚାରି ନାହାକା ଉଠିବ।

ଏ ସମସ୍ତ କାର୍ଯ୍ୟ କୋଭିଡ କଟକଣା ମଧ୍ୟରେ ସଂପାଦିତ ହେଉଛି। ବାୟୋ ବବଲ ଭିତରେ ରହି ସେବାୟତମାନେ ରଥ ନିର୍ମାଣ କରୁଛନ୍ତି। ଏହା ସତ୍ତ୍ଵେ ବି ସଂକ୍ରମଣର ଭୟ ସବୁ ବେଳେ ରହୁଛି। ତେଣୁ ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା କଟକଣାରେ ତିଳେବି କୋହନ କରାନଯିବାକୁ ସେବାୟତ ଓ ପୁରୀ ବାସିନ୍ଦା ଅପିଲ କରିଛନ୍ତି। ଭକ୍ତ ପ୍ରତ୍ୟକ୍ଷ ଭାବେ ବଡ଼ଦାଣ୍ଡକୁ ଆସୁ କି ନ ଆସୁ, ଜଗତର ଠାକୁର ଶ୍ରୀଜଗନ୍ନାଥ ଆସନ୍ତୁ। ଦୂରରୁ ରହି ଟିଭିରେ ହେଲେବି ମନପୂରାଇ ଦେଖିଦେଲେ ସେଇଥିରେ ବି ଧନ୍ୟ ହୋଇଯିବ ଭକ୍ତ।

   Related Posts